ହେଲିକପ୍ଟରରେ ବୁଲି ବାତ୍ୟା କ୍ଷୟକ୍ଷତିର ଆକଳନ କରେନାହିଁ : ଉଦ୍ଧବ ଠାକରେ

ମୁମ୍ବାଇ : ନିକଟରେ ବାତ୍ୟା ତଉକତେ ଗୁଜୁରାଟ ଓ ମହାରାଷ୍ଟ୍ରରେ ତାଣ୍ଡବ ରଚିଛି। ଅନେକ ଅଂଚଳ ହୋଇଛି। କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାମାନେ ବିଭିନ୍ନ ଅଂଚଳ ବୁଲି ସମୀକ୍ଷା କରୁଛନ୍ତି। ଏହି ଗସ୍ତକୁ ନେଇ ରାଜନୀତି ତୀବ୍ର ଏଉଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି ହେଲିକପ୍ଟରରେ ବୁଲି ସର୍ଭେ ନକରି ସେ ପ୍ରଭାବିତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଚଳିତ ସପ୍ତାହରେ ବାତ୍ୟା ତାଉକତେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଲିକପ୍ଟରରେ ଗୁଜୁରାଟର ସ୍ଥିତି ସମୀକ୍ଷା କରିଥିଲେ। ଏହାକୁ ନେଇ ମହାରାଷ୍ଟ୍ରର ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗସ୍ତର ସମୟ ନେଇ ପ୍ରଶ୍ନ ଉଠାଇଛନ୍ତି। କାରଣ ଶୁକ୍ରବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କୋଙ୍କଣର ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ମାତ୍ର ତିନି ଘଣ୍ଟା ଗସ୍ତ ସମୟରେ କିଭଳି ସ୍ଥିତି ଅନୁଧ୍ୟାନ କରିଦେଲେ।

ଏହାଛଡା ବିଧାନ ପରିଷଦର ବିରୋଧୀଦଳ ନେତା ପ୍ରବୀଣ ଡାରେକର କହିଛନ୍ତି ତିନି ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଦ୍ୱାରା ହୋଇଥିବା କ୍ଷୟକ୍ଷତି ବିଷୟରେ ମୁଖ୍ୟମନ୍ତ୍ରୀ କିପରି ଜାଣିପାରିବେ ? ବିଜେପିର ସମାଲୋଚନାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯଦି ମୁଁ ଚାରି ଘଣ୍ଟା ଗସ୍ତ କରିଥିଲି ଅନ୍ତତଃ ପକ୍ଷେ ମୁଁ ସ୍ଥିତିର ଆକଳନ କରିବାକୁ ବାତ୍ୟା ପ୍ରଭାବିତ ଅଂଚଳକୁ ଯାଇଥିଲି। ଫଟୋ ଉଠାଇବାକୁ ହେଲିକପ୍ଟରରେ ବସି ବୁଲୁନଥିଲି।

Leave a Reply

Your email address will not be published. Required fields are marked *

Back to top button