ହାଇସ୍କୁଲ ସାର୍’ଙ୍କୁ ମହଙ୍ଗା ପଡିଲା ୪ର୍ଥ ବିବାହ

ଭୁବନେଶ୍ଵର : କଟକ ମହିଳା ଥାନା ଆଜି ଜଣେ ହାଇସ୍କୁଲ ଶିକ୍ଷକଙ୍କୁ ଗିରଫ କରିଛି । ନିଜ ପ୍ରେମ ଜାଲରେ ଫଶାଇ ଜଣକ ପରେ ଜଣେ ଚାରି ଜଣଙ୍କୁ ବିବାହ କରିଥିଲେ ରୋମିଓ ଶିକ୍ଷକ। ହେଲେ ଭାଗ୍ୟ ଆଜି କୃଷ୍ଣା ସାରଙ୍କୁ ସାଥ୍ ଦେଇନଥିଲା ।
ଅଭିଯୋଗ ଅନୁସାରେ କଟକ ଜିଲ୍ଲା ଗୋପିନାଥପୁର ହାଇସ୍କୁଲରେ କାର୍ଯ୍ୟରତ କୃଷ୍ଣ ଚନ୍ଦ୍ର ନାୟକ ମିଛ କଥା କହି ଚାରି ଚାରି ଜଣଙ୍କୁ ଵିଵାହ କରିଛନ୍ତି। ୨୦୦୧ ମସିହାରେ ପ୍ରଥମେ କୃଷ୍ଣଚନ୍ଦ୍ର ରାଉସାପାଟଣାର ଶିଳ୍ପିକା ଦାସଙ୍କୁ ପ୍ରେମ ବିବାହ କରିଥିଲେ। ମାତ୍ର ବିବାହର କିଛି ଦିନ ପରେ କୃଷ୍ଣ ଵିଭିନ୍ନ ଵାହାନା କରି ଘରକୁ ଆସିନଥିଲେ। ତେଵେ ଖୋଜ ଖଵର ନେଵା ପରେ କୃଷ୍ଣ ଅନ୍ୟତ୍ର ବିବାହ ହେଉଥିବା ଖଵର ପାଇଥିଲେ ଶିଳ୍ପିକାଙ୍କ ପରିଵାର ଲୋକେ।
ଶିଳ୍ପିକାଙ୍କୁ ନିୟମ ଅନୁସାରେ ଛାଡପତ୍ର ନନେଇ ଅନ୍ୟତ୍ର ଵିବାହ ହୋଇଥିଲେ କୃଷ୍ଣ। ସେପଟେ ଦ୍ବିତୀୟ ପତ୍ନୀ ଥିବା ଵେଳେ ୨୦୧୬ ମସିହାରେ ତାଙ୍କ ଅଗୋଚରରେ ଶିଶୁ ଭଵନରେ ନର୍ସ ଭାଵେ କାମ କରୁଥିବା ସ୍ଵର୍ଣ୍ଣଲତା ଜେନାଙ୍କୁ ଵାହା ହୋଇଥିଲେ କୃଷ୍ଣଚନ୍ଦ୍ର। ସ୍ଵର୍ଣ୍ଣଲତାଙ୍କୁ ଵିବାହ ହେଵାର ମାତ୍ର ଦୁଇ ବର୍ଷ ଭିତରେ ପାଗା ଗୋପିନାଥପୁର ନିକଟରେ ଅନ୍ୟ ଜଣେ ଝିଅଙ୍କୁ ଵାହା ହୋଇଗଲେ କୃଷ୍ଣ। କୃଷ୍ଣ ସାର ଲକ୍ଡାଉନ୍ ବେଳେ ତୃତୀୟ ଓ ଚତୁର୍ଥ ବିବାହ କରିଛନ୍ତି।
କୌଣସି ସୂତ୍ରରୁ କୃଷ୍ଣଙ୍କର ଏହି ଲମ୍ପଟ ଚରିତ୍ର ଵାଵଦରେ ଜାଣିପାରି ପ୍ରଥମ ସ୍ତ୍ରୀ ଓ ତୃତୀୟ ସ୍ତ୍ରୀ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ। ଆଜି ପୋଲିସ କୃଷ୍ଣଙ୍କୁ ଗୋପିନାଥପୁର ହାଇସ୍କୁଲରୁ ଗିରଫ କରିଛି। କୃଷ୍ଣଚନ୍ଦ୍ର ଜଣେ ଖୁଵ୍ ଭଲ କଳା ଶିକ୍ଷକ। ଆଉ ସେହି କଳାକୁ ଵ୍ୟଵହାର କରି କୃଷ୍ଣ ଅନେକ ଯୁବତୀଙ୍କୁ ନିଜ ଫାଶରେ ଫଶାଇଥିଵା ତାଙ୍କର ପତ୍ନୀ ମାନେ କହିଛନ୍ତି।