ପୋକର ଦାମ୍ କିଲୋ ପ୍ରତି ୨୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ମହଙ୍ଗା ଫଙ୍ଗସ୍ ବା ପୋକର ବଜାର ମୂଲ୍ୟ ଶୁଣିଲେ ଆପଣ ଚମକି ପଡ଼ିବେ । ଏହାର ଦାମ୍ ରହିଛି କିଲୋ ପ୍ରତି ୨୦ ଲକ୍ଷ ଟଙ୍କା । କିନ୍ତୁ କରୋନା ଯୋଗୁଁ ଏହି ପୋକ କାରବାରରେ ଶିଥିଳତା ଦେଖାଯାଇଛି । ଏଭଳି ପୋକର ସବୁଠୁ ବଡ଼ ବଜାର ହେଉଛି ଚୀନ । କରୋନା ସଂକ୍ରମଣ ଫଳରେ ଲକ୍‌ଡାଉନ୍ ଯୋଗୁଁ ଚୀନସହ କୌଣସି ଦେଶ କାରବାର କରୁ ନ ଥିବାରୁ ଏହି ପୋକ ସେଠାକୁ ଯାଇପାରୁନାହିଁ । ଅନ୍ତର୍ଜାତୀୟ ପ୍ରାକୃତିକ ସଂରକ୍ଷଣ ସଂଘ (ଆଇୟୁସିଏନ୍‌) ଏହି ପୋକକୁ ବିଲୁପ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି । ଏହି ପୋକ ହିମାଳୟ ପର୍ବତମାଳାରେ ଅଧିକରୁ ଅଧିକ ମାତ୍ରାରେ ଉପଲବ୍ଧ ହୋଇଥାଏ । ଏହି ପୋକ ଦ୍ୱରା ଶାରିରୀକ ଦୁର୍ବଳତା, ଯୌନ ଇଚ୍ଛାଶକ୍ତି କମ୍ ଓ କ୍ୟାନସର ଭଳି ରୋଗର ଉପସମ କରାଯାଇଥାଏ । ତେଣୁ ଅନ୍ତର୍ଜାତୀୟ ବଜାରରେ ଏହାର ବହୁତ ଡିମାଣ୍ଡ ରହିଛି ।

ମତାମତ ଦିଅନ୍ତୁ ।