ହିନ୍ଦୁ ଭାଇର ମୁଖାଗ୍ନି ଦେଲେ ମୁସଲମାନ ଭଉଣୀ

ଶିବସାଗର : ଜାତି ଓ ଧର୍ମକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଛି। ଏହାଦ୍ୱାରା କ୍ଷୟକ୍ଷତି ମଧ୍ୟ ଘଟୁଛି। କିନ୍ତୁ କେତେକ ସ୍ଥାନରେ ଭିନ୍ନ ପରିଲକ୍ଷିତ ହେଉଛି। ଯାହାକି ଜାତି-ଧର୍ମ ପ୍ରସଙ୍ଗ ଉଠାଉ ଥିବା ବ୍ୟକ୍ତିମାନଙ୍କ ପାଇଁ ଶିକ୍ଷା। ସେହିପରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଆସାମରେ ଜଣେ ମୁସଲମାନ ଯୁବତୀ। ଧର୍ମକୁ ନେଇ ରହିଥିବା ପ୍ରଭେଦକୁ ଭାଙ୍ଗି ସେ ପ୍ରମାଣ କରିଦେଇଛନ୍ତି ଭଲପାଇବାର ସମ୍ପର୍କ ଆଗରେ ରକ୍ତର ସମ୍ପର୍କ ଫିକା ପଡିଯାଏ। ଏହି ଯୁବତୀ ଜଣକ ଜଣେ ହିନ୍ଦୁ ବ୍ୟକ୍ତଙ୍କୁ ନିଜ ଭାଇ ବୋଲି ମନୁଥିଲେ। ଶେଷରେ ସେଇ ହିନ୍ଦୁ ଭାଇର ମୁଖାଗ୍ନି ଦେଇ ତାଙ୍କୁ ଶବ ସତ୍କାର କରିବାକୁ ପଡିଛି। ଏପରି କରିବାକୁ ସେ ତିଳେହେଲେ କୁଣ୍ଠାବୋଧ କରିନାହାନ୍ତି।

ଘଟଣାଟି ଆସାମର ମାମଲା ଶିବସାଗର ଜିଲ୍ଲାରେ ଘଟିଛି। ଏଠାରେ ରହୁଥିବା ମୁସ୍କାନ୍ ବେଗମ୍ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଭାଇ କରିଥିଲେ। କିନ୍ତୁ ହିନ୍ଦୁ ଭାଇଙ୍କର ହଠାତ୍ ମୃତ୍ୟୁ ହେବାରୁ ତାଙ୍କ ଅନ୍ତିମ ସଂସ୍କାର ପାଇଁ କେହି ସମ୍ପକୀୟ ଆସିନଥିଲେ। ତେଣୁ ମୁସ୍କାନ କରିଥିଲେ ଭଉଣୀର କର୍ତ୍ତବ୍ୟ। ଭାଇକୁ ନିଜେ ଦେଇଥିଲେ ମୁଖାଗ୍ନି। ହିନ୍ଦୁ ରୀତି-ନୀତି ଅନୁସାରେ ଅନ୍ୟେଷ୍ଟି କ୍ରିୟା କରିଥିଲେ। ମୁସ୍କାନଙ୍କର ଏହି କାର୍ଯ୍ୟ ହିନ୍ଦୁ-ମୁସଲମାନ ମଧ୍ୟରେ ଭାଇଚାରାର ବାର୍ତ୍ତା ଦେଇଛି। ତେବେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମୁସ୍କାନ ସିଧାସଳଖ ମନା କରିଦେଇଥିଲେ। ଆଉ କହିଛନ୍ତି ଜଣେ ଭଉଣୀ ଭାବରେ ମୋର ଯାହା କର୍ତ୍ତବ୍ୟ ତାହା ମୁଁ କରିଛି। ଗଣମାଧ୍ୟମ ସାମ୍ନାକୁ ଯିବାର ଆବଶ୍ୟକତା ନାହିଁ।

ମତାମତ ଦିଅନ୍ତୁ ।