ହିରୋ ସହିତ ମିଶିଲା ହାର୍ଲେ ଡେଭିଡସନ

ମୁମ୍ୱାଇ : ଆମେରିକାନ୍ ଅଟୋମୋବାଇଲ୍ କମ୍ପାନୀ ହାର୍ଲେ ଡାଭିଡସନ ଭାରତର ଅନ୍ୟତମ ଅଗ୍ରଣୀ ଅଟୋମାବାଇଲ କମ୍ପାନୀ ହିରୋ ମୋଟୋ କୋର୍ପ ସହ ମିଶି ବ୍ୟବସାୟ କରିବ ବୋଲି ଜଣାପଡ଼ିଛି। ଦୁଇ କମ୍ପାନୀର ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ଉଭୟ ସହଭାଗିତାରେ ବ୍ୟବସାୟ କରିବା ଗ୍ରାହକଙ୍କୁ ପାଇଁ ନୂଆ ଅଭିଜ୍ଞତା ଦେବ।

ହାର୍ଲେ ଓ ହିରୋ ମିଶି ତିଆରି କରିବେ କେବଳ ପ୍ରିମିଅମ୍ ବାଇକ୍। ଭାରତରେ ଏହି ଦୁଇ କମ୍ପାନୀ ମିଶିବା ପରେ ଏଚ-ଡି ନାମରେ ପରିଚୟ ପାଇବେ। ମୁଖ୍ୟତଃ ଏଚ-ଡି ବ୍ରାଣ୍ଡରେ ପ୍ରମିଅମ୍ ବାଇକ୍ ବିକ୍ରି ହେବ। ଏଥିସହ ହାର୍ଲେ ଡାଭିଡସନର ସର୍ଭିସ୍ ଯୋଗାଇବ ବୋଲି ଜଣାପଡ଼ିଛି। ହିରୋ ଏବେ ବିଏମଡବ୍ଲ୍ୟୁ ସହ ମିଶି ଫଣ୍ଡୁରୋ ୬୫୦ ସିସି ବାଇକ୍ ବିକଶିତ କରୁଥିଲା। ହେଲେ ବିକ୍ରି ଭଲ ନହେବାରୁ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଏହି ସେବା ବନ୍ଦ ହୋଇଯାଇଛି। ଏବେ ହାର୍ଲେ ସହିତ ମିଶି ୨୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ବାଇକ୍ ହିରୋ ତିଆରି କରିବ। ହିରୋ ପ୍ରଥମେ ହୋଣ୍ଡୋ କମ୍ପାନୀ ସହିତ ମିଶି ଭାରତରେ ବ୍ୟବସାୟ ଆରମ୍ଭ କରିଥିଲା। କାଳକ୍ରମେ ହୋଣ୍ଡା ଅଲଗା ହୋଇ ନିଜର ବାଇକ୍ ବଜାରକୁ ଛାଡ଼ୁଛି।

ମତାମତ ଦିଅନ୍ତୁ ।