ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିବ !

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗ ଭତ୍ତା ବା ଡିଏ ହୋଲି ପୂର୍ବରୁ ବୃଦ୍ଧି ହେବ। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ଯଦି ଏହା ସତ ହୁଏ ତେବେ ୧୭ ପ୍ରତିଶତ ଥିବା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗ ଭତ୍ତା ୨୧ ପ୍ରତିଶତକୁ ବଢିବ ବୋଲି କୁହାଯାଉଛି।
କରୋନା ପାଇଁ ସରକାର ଗତବର୍ଷ ମାର୍ଚ୍ଚରେ ବର୍ଦ୍ଧିତ ମହଙ୍ଗ ଭତ୍ତା ଉପରେ ରୋକ୍ ଲଗାଇ ଦେଢ଼ବର୍ଷ ବଢ଼ିବନି କହିଥିଲେ। ଏହି ସମୟକୁ ଦେଖିଲେ ଚଳିତ ବର୍ଷ ଜୁନ ପରେ ମହଙ୍ଗ ଭତ୍ତା ବଢ଼ିବ। ଏହାଦ୍ୱାରା ୪୮ ଲକ୍ଷରୁ ଉର୍ଦ୍ଧ୍ଵ ସରକାରୀ କର୍ମଚାରୀ ଓ ୬୫ ଲକ୍ଷରୁ ଅଧିକ ପେନସନ ଉପୋଭକ୍ତା ଉପକୃତ ହେବେ। କିନ୍ତୁ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ହୋଲି ପୂର୍ବରୁ ସରକାର ମହଙ୍ଗା ଭତ୍ତା ଉପରେ ନିଷ୍ପତ୍ତି ନେଇପାରନ୍ତି। କାରଣ ସୂଚନା ମିଳିଛି ଆସନ୍ତା ଏପ୍ରିଲ୍ ୧ରୁ ‘ୱେଜ କୋଡ’ ପ୍ରଚଳନ ହେବାର ସମ୍ଭାବନା ରହିଛି। ଏହା କାର୍ଯ୍ୟକାରୀ ହେଲେ ସରକାରୀ କାର୍ଯ୍ୟ ସମୟ, କର୍ମଚାରୀଙ୍କ ଗ୍ରାଚୁଇଟି ଓ ପ୍ରୋଭିଡେଣ୍ଟ୍ ଫଣ୍ଡର ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।