ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌ ହେବ

0

ଭୁବନେଶ୍ୱର : ହୋଲ୍ଡିଂ ଟିକସ ନ ଦେଲେ ଘର ଓ ଦୋକାନ ସିଲ୍ କରାଯିବ। ଭୁବନେଶ୍ଵର ମହା ନଗର ନିଗମ ଏନେଇ ନିର୍ଦ୍ଦେଶନାମା ଜାରି କରିଛି। ଟିକସ ଖିଲାପକାରୀଙ୍କ ସମ୍ପର୍କରେ ୱାର୍ଡ ଅଫିସର ଜେଡଡିସିଙ୍କୁ ଜଣାଇବେ ବୋଲି ବିଏମସି ଡେପୁଟି କମିଶନର ଚିଠି ଲେଖିଛନ୍ତି। ଏହାଛଡା ଯେଉଁମାନେ ଟିକସ ଦେବେ ନାହିଁ ସେମାନଙ୍କ ବିରୋଧରେ ଓପିଡିଆର ଆକ୍ଟ ୧୯୬୨ ଅନୁସାରେ ସାର୍ଟିଫିକେଟ କେସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ କ୍ଷତି ରୋକିବାକୁ ତ୍ୱରିତ ପଦକ୍ଷେପ ପାଇଁ କୁହାଯାଇଛି।

ସୂଚନାଯୋଗ୍ୟ ରାଜଧାନୀବାସୀଙ୍କୁ ୧୯୮୯ ମସିହାରୁ ହୋଲଡିଂ ଟିକସ ଦେବାକୁ ପଡୁଛି। ସେ ସମୟରେ ଟିକସ ମୂଲ୍ୟ ଜମି ମୂଲ୍ୟର ୧୨ ପ୍ରତିଶତ ଥିଲା। ୨୦୦୩ରେ ଏହା ୧୭.୫ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ୨୦୧୯ରୁ ଜମିର ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଟିକସ ଧାର୍ଯ୍ୟ ହୋଇଛି। ତେବେ ବର୍ତ୍ତମାନ ଟିକସ ପ୍ରତିଶତରେ ବୃଦ୍ଧି ହୋଇନଥିଲେ ମଧ୍ୟ ୧୯୯୭ର ଜମି ମୂଲ୍ୟ ବଦଳରେ ୨୦୧୯ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟିକସ ଧାର୍ଯ୍ୟ କରିଥିବାରୁ ଏହାର ପରିମାଣ କେତେକ ସ୍ଥାନରେ ୧୨ରୁ ୧୫ ଗୁଣା ବୃଦ୍ଧି ପାଇଥିବାରୁ ଏହାର ବିରୋଧ ହେଉଛି।

ଅନ୍ୟପକ୍ଷରେ ବିଏମସି ଯୁକ୍ତି ୧୯୯୮ ପରଠାରୁ ୨୦୧୮ ପର୍ଯ୍ୟନ୍ତ ରାଜଧାନୀରେ ଜମିର ବେଞ୍ଚମାର୍କ ମୂଲ୍ୟ ସଂଶୋଧନ ହୋଇ ନଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଂଶୋଧିତ ବେଞ୍ଚମାର୍କ ମୂଲ୍ୟ ଆଧାରରେ ଟିକସ ବଢିଛି।

Leave A Reply

Your email address will not be published.