ହୋଲଡିଂ ଟିକସ ରିହାତି ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଉଥିବା ଲୋକଙ୍କ ନିମନ୍ତେ ରିହାତି ବ୍ୟବସ୍ଥାକୁ ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି କରୋନା ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଏହି ରିହାତି ବ୍ୟବସ୍ଥା କରିଛନ୍ତି।

ରାଜ୍ୟର ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନଏସିରେ ବସବାସ କରୁଥିବା ଲୋକଙ୍କ ପାଇଁ ଅଗ୍ରମୀ ଘର ଓ ସମ୍ପତ୍ତି ଟିକସ ପଇଠ କ୍ଷେତ୍ରରେ ମଇ ମାସ ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଥିଲା। ହେଲେ କରୋନା ପରିପ୍ରେକ୍ଷୀରେ ଅଧିକାଂଶ ଲୋକେ ଟିକସ ପଇଠ କରିପାରିନଥିବାରୁ ରାଜ୍ୟ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି।

ମତାମତ ଦିଅନ୍ତୁ ।