ହୋଲିକା ଦହନର ପାଉଁଶ କାହିଁକି ଘରକୁ ଆଣନ୍ତି

ରଙ୍ଗର ପର୍ବ ହୋଲି। ସମଗ୍ର ଦେଶରେ ସୋମବାର ପାଳନ କରାଯିବ ଏହି ଉତ୍ସବ। ତେବେ ହୋଲିପର୍ବ ପାଳନର ଆଉ ଏକ ପରମ୍ପରା ରହିଛି। ପୌରାଣିକ କଥାକୁ ନେଇ ଭାରତର ବହୁ ସ୍ଥାନରେ ହୋଲିକା ଦହନ କରାଯାଏ। ଯାହାକି ବିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କ ସହ ଏହା ଜଡିତ। ହୋଲିକା ଦହନ ପରେ ସେଇ ପାଉଁଶକୁ ଲୋକେ ଘରକୁ ନେବା ଦେଖାଯାଏ।

ପୌରାଣିକ କଥା ହେଲା ରାକ୍ଷସ ରାଜା ହିରଣ୍ୟକଶ୍ୟପ ଭଗବାନ ବିଷ୍ନୁଙ୍କର ବିରୋଧୀ। କିନ୍ତୁ ତାଙ୍କ ପୁଅ ପ୍ରହ୍ଲାଦ ଛୋଟବେଳୁ ବିଷ୍ଣୁ ଭକ୍ତ। ହିରଣ୍ୟକଶ୍ୟପ ବିଷ୍ଣୁଙ୍କ ନ ଧରିବା ପାଇଁ ଯେତେ ପ୍ରବର୍ତ୍ତାଇଲେ ମଧ୍ୟ ପ୍ରହ୍ଲାଦଙ୍କ ଉପରେ ତାହାର କୌଣସି ପଡିନଥିଲା। ଶେଷରେ ପୁଅକୁ ମାରିବା ପାଇଁ ହିରଣ୍ୟକଶ୍ୟପ ଅନେକ ଚେଷ୍ଟାକରି ବିଫଳ ହୋଇଥିଲା। ଆଉ ବଞ୍ଚିଯାଉଥିଲେ ପ୍ରହ୍ଲାଦ। ଏହାଦେଖି ପ୍ରହ୍ଲାଦକୁ ମାରିବା ପାଇଁ ଏକ ଉପାୟ ଚିନ୍ତାକରି ହିରଣ୍ୟକଶ୍ୟପ ଭଉଣୀ ହୋଲିକାର ସହାୟତା ନେଇଥିଲା। ହୋଲିକା ପ୍ରହ୍ଲାଦଙ୍କୁ କୋଳରେ ବସାଇ ନିଆଁରେ ବସିଲେ। ହିରଣ୍ୟକଶ୍ୟପ ଚିନ୍ତା କରିଥିଲା ଏଥର ପ୍ରହ୍ଲାଦ ବଞ୍ଚି ପାରିବ ନାହିଁ। କିନ୍ତୁ ଭଗବାନଙ୍କ କୃପାରୁ ପ୍ରହ୍ଲାଦ ବଞ୍ଚିଲା। ଜଳି ଯାଇଥିଲା ହୋଲିକା।

ହୋଲିକା ରାକ୍ଷସ ଅର୍ଥାତ ପ୍ରଭାବଶାଳୀ ଦୃଷ୍ଟ ଶକ୍ତି। ତେଣୁ ଦୁଷ୍ଟ ଶକ୍ତି ନାଶ କରିବା ଉଦ୍ଦେଶ୍ୟରେ ହୋଲିକା ଦହନ କରାଯାଇଥାଏ। ହୋଲିକା ଦହନ ପରେ ଏଥିରୁ ବାହାରୁଥିବା ପାଉଁଶକୁ ନେଇ ପୌରାଣିକ ବିଶ୍ଵାସ ରହିଛି। ଏହି ପାଉଁଶକୁ ଘରକୁ ଆଣିଲେ ପ୍ରଭାବଶାଳୀ ହେବ ବୋଲି କୁହାଯାଇଛି। ସେଥିପାଇଁ ହୋଲିକା ଦହନ ଲୋକେ ଘରକୁ ନିଅନ୍ତି। ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ହୋଲିକା ଜଲିବା ପରେ ଏହାର ପାଉଁଶକୁ ଘରର ଆଗ୍ନେୟ କୋଣରେ ରଖିବା ଉଚିତ୍। ଏହାଦ୍ଵାରା ବ୍ୟବସାୟରେ ଲାଭ ହୋଇଥାଏ। ଘରେ ସୁଖ ଶାନ୍ତି ବଜାୟ ରହେ।

Leave a Reply

Your email address will not be published. Required fields are marked *

Back to top button