ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ୪ଟି କାରଖାନାରେ ଉତ୍ପାଦନ ସାମୟିକ ସ୍ଥଗିତ

ଭୁବନେଶ୍ୱର : କୋଭିଡ୍‌-୧୯ର ଦ୍ୱିତୀୟ ଲହର ଯୋଗୁଁ ସୃଷ୍ଟି ହୋଇଥିବା ଜଟିଳ ପରିସ୍ଥିତି ହୋଇଛି। ସେଥିପାଇଁ ଦେଶର ବିଭିନ୍ନ ସହରରେ ଲାଗୁ କରାଯାଇଛି ଲକ୍‌ଡାଉନ୍‌। ଏହାକୁ ନଜରରେ ରଖି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ସମସ୍ତ ୪ କାରଖାନାରେ ମେ’ ୧ ଠାରୁ ଉତ୍ପାଦନକୁ ସାୟମିକ ସ୍ଥଗିତ ରଖାଯିବ ବୋଲି ଘୋଷଣା କରାଯାଇଛି।

ଏହି ସ୍ଥଗିତ ସମୟରେ (ମେ’ ୧ ରୁ ୧୫, ୨୦୨୧) ହୋଣ୍ଡା ପକ୍ଷରୁ ବାର୍ଷିକ କାରଖାନା ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। କୋଭିଡ୍ ସ୍ଥିତି ହେବାକୁ ଥିବା ପରିବର୍ତ୍ତନ ଓ ବଜାରରେ ସୁଧାର ଅନୁସାରେ ହୋଣ୍ଡା ଏହାର ଉତ୍ପାଦନ ଯୋଜନାକୁ ପରବର୍ତ୍ତୀ ମାସଗୁଡ଼ିକରେ ସମୀକ୍ଷା କରିବ। ଶୃଙ୍ଖଳକୁ ଭାଙ୍ଗିବା ଲାଗି ସମାନ୍ତରାଳ ଭାବେ ହୋଣ୍ଡାର ସମସ୍ତ କାର୍ଯ୍ୟାଳୟ ସହଯୋଗୀମାନେ ବ୍ୟବସାୟ ଜାରି ରଖିବା ପାଇଁ ୱାର୍କ ଫ୍ରମ୍ ହୋମ୍ ଜାରି ରଖିବେ। ଗ୍ରାହକ ଓ ବ୍ୟବସାୟ ସହଯୋଗୀମାନଙ୍କୁ ଯଥା ସମ୍ଭବ ସମର୍ଥନ ପ୍ରଦାନ କରିବେ। କେବଳ ଅତ୍ୟାବଶ୍ୟକ ଷ୍ଟାଫ୍‌ମାନେ କାରକାନା ଓ ଦେଶର ବିଭିନ୍ନ କାର୍ଯ୍ୟାଳୟରେ କାମ କରିବେ।

ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ ହୋଣ୍ଡା ସମସ୍ତ ଅଂଶୀଦାରମାନଙ୍କ ନିରାପତ୍ତା ଓ ସୁରକ୍ଷା ଲାଗି ପ୍ରତିବଦ୍ଧ। ହୋଣ୍ଡା ୨ହ୍ୱିଲର୍ସର କାରଖାନାଗୁଡିକ ହରିୟାଣାର ମାନେସର, ରାଜସ୍ଥାନର ଟାପୁକାରା, କର୍ଣ୍ଣାଟକର ନର୍ସାପୁରା ଓ ଗୁଜରାଟର ବିଠଲପୁରରେ ରହିଛି।

Leave a Reply

Your email address will not be published. Required fields are marked *

Back to top button