Breaking Newsବାଣିଜ୍ୟ

ହୋଣ୍ଡା ପକ୍ଷରୁ ଭାରତରେ ୨୦୨୧ ଆଫ୍ରିକା ଟ୍ୱିନ୍ ଆଡ୍‌ଭେଚଂର ସ୍ପୋର୍ଟସ୍ ଉନ୍ମୋଚିତ

ଭୁବନେଶ୍ୱର : ରୋମାଚଂ ମୋଟରସାଇକଲ୍ ପ୍ରେମୀଙ୍କ ଉତ୍ସାହକୁ ଆଗକୁ ବଢ଼ାଇ ହୋଣ୍ଡା ମୋଟର ସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ପକ୍ଷରୁ ୨୦୨୧ ଆଫ୍ରିକା ଟ୍ୱିନ୍ ଆଡ୍‌ଭେଂଚର୍ ସ୍ପୋର୍ଟସ୍‌ର ଭାରତରେ ବୁକିଂ ଆରମ୍ଭ ଘୋଷଣା କରାଯାଇଛି। ୨୦୨୧ ବର୍ଷର ମଡେଲ୍ ଉଭୟ ଡିସିଟି ଓ ମାନୁଆଲ୍ ଟ୍ରାନ୍ସମିସନ୍‌ରେ ନୂତନ ରଙ୍ଗ ବିକଳ୍ପ ପ୍ରଦାନ କରାଯିବ।

ଏହି ଅବସରରେ ଆତସୁସୀ ଓଗାତା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟର ସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଆଫ୍ରିକା ଟ୍ୱିନ୍‌ରେ ରହିଛି ପ୍ରକୃତ ରୋମାଂଚର ଯାହା ସାରା ବିଶ୍ୱର ଭଲ ପାଇବା ହାସଲ କରିବାରେ ସହାୟକ ହୋଇଛି। ଭାରତରେ ଆଫ୍ରିକା ଟ୍ୱିନ୍ ଆଡ୍‌ଭେଂଚର ସ୍ପୋର୍ଟସ୍‌ର ୨୦୨୧ ବର୍ଷ ମଡେଲ୍‌କୁ ଉପସ୍ଥାପନ କରି ନୂଆବର୍ଷ ଆରମ୍ଭ କରିଥିବାରୁ ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ଗର୍ବିତ । ତେବେ ବାସ୍ତବ ରୋମାଂଚ ଆରମ୍ଭ ହେଉ।

ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେକୌଣସି ସ୍ଥାନକୁ ଗମନ କରିବାର ଭାବ ନେଇ ଆଫ୍ରିକା ଟ୍ୱିନ୍ ହେଉଛି ଲମ୍ବା ଦୂରତାର ସବୁ ପ୍ରକାର ରାସ୍ତା ଓ ସପ୍ତାହ ଶେଷରେ ଭ୍ରମଣ କରିବାକୁ ପସନ୍ଦ କରୁଥିବା ଲୋକମାନଙ୍କ ଅନ୍ୟତମ ସବୁଠୁ ପସନ୍ଦର ମେସିନ୍ । ଭାରତରେ ଆଫ୍ରିକା ଟ୍ୱିନ୍ ପ୍ରେମୀଙ୍କ ସଂଖ୍ୟା ବଢ଼ୁଛି ଏବଂ ୨୦୨୧ ଆଫ୍ରିକା ଟ୍ୱିନ୍ ଆ୍‌ଡଭେଂଚର ସ୍ପୋର୍ଟସ୍‌ର ସଦ୍ୟତମ ଭର୍ସନକୁ ଭାରତରେ ଉନ୍ମୋଚନ କରାଯାଇଥିବାରୁ ତାହା ରୋମାଂଚ ଚାହୁଥିବା ଅନେକ ଲୋକଙ୍କୁ କେବେ ଦେଖିନଥିବା ନୂଅ ସ୍ଥାନ ଭ୍ରମଣ କରିବା ପାଇଁ ଅନୁପ୍ରାଣିତ କରିବ ।

ନୂଆ ୨୦୨୧ ଆଫ୍ରିକା ଟ୍ୱିନ୍ ଆଡ୍‌ଭେଂଚର ସ୍ପୋର୍ଟସ୍‌ରେ ରହିଛି ଶକ୍ତିଶାଳୀ ୧୦୮୪ ସିସି ଇଞ୍ଜିନ ଯାହା ୭୩କେଡବ୍ଲୁ ଶକ୍ତି ଓ ୧୦୩ ଏନ୍‌ଏମ୍ ଟର୍କ ପ୍ରଦାନ କରୁଛି । ଏଥିରେ ଲିଥିଅମ୍ ଆୟନ ବ୍ୟାଟେରି, ହ୍ୱିଲି କଂଟ୍ରୋଲ, ରିଅର ଲିଫ୍‌ଟ କଂଟ୍ରୋଲ୍‌, ଏବିଏସ୍‌, ଆଡଜଷ୍ଟେବଲ୍ ୱିଣ୍ଡ୍‌ସ୍କ୍ରିନ୍ ଓ ସିଟ୍‌, ହିଟେଡ୍ ଗ୍ରିପ୍‌, ଡୁଆଲ୍ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌, କର୍ଣ୍ଣରିଂ ଲାଇଟ୍‌, କ୍ରୁଜ୍ କଂଟ୍ରୋଲ୍‌, ୨୪.୫ ଲିଟର ଇନ୍ଧନ ଟାଙ୍କି ରହିଛି । ଏଥିରେ ୬.୫ ଇଂଚ୍ ଟିଏଫ୍‌ଟି ଟଚ୍‌ସ୍କ୍ରିନ୍ ମଧ୍ୟ ରହିଛି। ବିଭିନ୍ନ ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଥିବା ୨୦୨୧ ଆଫ୍ରିକା ଟ୍ୱିନ୍ ଆଡଭେଂଚର ସ୍ପୋର୍ଟସ୍‌ର ମୂଲ୍ୟ ହେଉଛି ୧୫.୯୬ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍‌, ସର୍ବଭାରତୀୟ)।

ମତାମତ ଦିଅନ୍ତୁ ।

Back to top button