ହୋଣ୍ଡା ପକ୍ଷରୁ ନୂଆ ସିବି-୩୫୦ ଆରଏସ୍‌ର ଡେଲିଭରି ଆରମ୍ଭ

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ସିବି-୩୫୦ ଆରଏସ୍‌ର ଡେଲିଭରି ଆଜିଠାରୁ ଆରମ୍ଭ କରାଯାଇଛି। ଫେବ୍ରୁଆରି ୧୬ରେ ବିଶ୍ୱସ୍ତରରେ ଉନ୍ମୋଚିତ ହୋଇଥିବା ସିବି-୩୫୦ ଆରଏସ୍ ହେଉଛି ଭାରତରେ କଂପାନିର ସିବି ପରିବାରର ଦ୍ୱିତୀୟ ମେଡ୍ ଇନ୍ ଇଣ୍ଡିଆ ମଧ୍ୟମ ଧରଣର ବାଇକ୍।

ସିବି୩-୫୦ ଆରଏସ୍‌ର ପ୍ରଥମ ଡେଲିଭରି ବିଷୟରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ବିକ୍ରି ଓ ମାର୍କେଟିଂ ନିର୍ଦ୍ଦେଶକ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଦେଶ ଭିତରେ ଯୁବ ଉତ୍ସାହୀମାନଙ୍କ ଠାରୁ ସିବି୩୫ଆରଏସ୍‌କୁ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟାକୁ ଦେଖି ଆମେ ଅତ୍ୟନ୍ତ ଆନନ୍ଦିତ। ସଡ଼କରେ ପରିକ୍ରମା କରୁଥିବା ଆରଏସ୍ ପରିକଳ୍ପନା ଉପରେ ପର୍ଯ୍ୟବେସିତ ଏହି ମୋଟରସାଇକଲ୍ ସଡ଼କରେ ଚାଳକଙ୍କୁ ଆରାମଦାୟକ ଅନୁଭୂତି ଦେବ। ସମ୍ଭ୍ରାନ୍ତ ଅର୍ବାନ ଷ୍ଟାଇଲ୍ ଓ ଶକ୍ତିଶାଳୀ ସୁବିଧା ସୁଯୋଗ ସହ ସିବି୩୫୦ଆରଏସ୍ ହେଉଛି ସବୁ ଚାଳକମାନଙ୍କୁ ନିଜର କାହାଣୀ ବଂଚିବା ପାଇଁ ପ୍ରସ୍ତୁତ କରିବାର ଏକ ଆହ୍ୱାନ।

ସିବି୩୫୦ଆରଏସ୍ ଉପରେ ପ୍ରଥମ ଧରଣର ୬ ବର୍ଷିଆ ୱାରେଂଟି ପ୍ରଦାନ କରାଯାଇଛି। ଏଥିରେ ବିଶାଳ ଟାଙ୍କି, ଫର୍କ ବୁଟ୍‌, ରାଉଣ୍ଡ୍ ଏଲଇଡି ହେଡଲ୍ୟାମ୍ପ, ଚକ୍ଷୁ ଆକୃତିର ଏଲ୍‌ଇଡି ୱିଙ୍କର୍ ଓ ସ୍ପୋର୍ଟି ଗ୍ରାବ୍ ରେଲ୍ ରହିଛି। ଏହି ବାଇକ୍‌ରେ ରହିଛି ୩୫୦ ସିସି ଇଞ୍ଜିନ, ୪ ଷ୍ଟ୍ରୋକ୍ ଓଏଚ୍‌ସି ସିଙ୍ଗିଲ୍ ସିଲିଣ୍ଡର୍। ଏଥିରେ ଆସିଷ୍ଟ୍ ଆଣ୍ଡ୍ ସ୍ଲିପ୍ କ୍ଲଚ୍‌, ଆଡଭାନ୍ସଡ୍ ଡିଜିଟାଲ୍‌-ଆନାଲଗ୍ ମିଟର, ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ୍ ଓ ୱାଇଡ୍ ପାଟର୍ଣ୍ଣ ଟାୟାର ଆଦି ସୁବିଧା ରହିଛି। ଏହାର ରାଡିଆଂଟ୍ ରେଡ ମେଟାଲିକ୍ ମଡେଲ୍‌ର ଏକ୍ସ ସୋ’ରୁମ୍ ଦାମ୍ ୧.୯୬ ଲକ୍ଷ ଟଙ୍କା ରହିଥିବା ବେଳେ ବ୍ଲାକ୍ ୱିଥ୍ ପର୍ଲ ସ୍ପୋର୍ଟସ୍ ୟେଲୋର ଦାମ୍ ୧.୯୮ ଲକ୍ଷ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *

Back to top button