ହୋଣ୍ଡାର ଦମଦାର୍ ବାଇକ୍ ହାୟନେସ୍ ସିବି ୩୫୦

ନୂଆଦିଲ୍ଲୀ : ଦଶହରା ପୂଜାକୁ ନଜରରେ ରଖି ହୋଣ୍ଡା କମ୍ପାନୀ ଦମଦାର୍ ବାଇକ୍ ହାୟନେସ୍ ସିବି ୩୫୦ ଲଞ୍ଚ୍ କରିଛି। ହାୟନେସ୍ ସିବି୩୫୦ର ପ୍ରାରମ୍ଭିକ ଦାମ୍ ରହିଛି ୧ ଲକ୍ଷ ୮୫ ହଜାର ଟଙ୍କା। ଏହା ଦୁଇଟି ଭାରିଏଣ୍ଟରେ ଉପଲବ୍ଧ। ଡିଏଲଏକ୍ସ ଓ ଡିଏଲଏକ୍ସ ଭାରିଏଣ୍ଟ।

ଏହି ୪ ଷ୍ଟ୍ରୋକ୍ ଇଞ୍ଜିନ ବିଶିଷ୍ଟ ବାଇକର ଇଞ୍ଜିନ କ୍ଷମତା ୩୫୦ ସିସି। ସର୍ବାଧିକ ୨୦.୮ ପିଏସର ପାଓ୍ୱାର ଜେନେରେଟ୍ କରିବା ସହିତ ୩୦ ଏନଏମର ଟର୍କ ସୃଷ୍ଚି କରିଥାଏ। ଏଥିରେ ହୋଣ୍ଡା ସିଲେକ୍ଟେବଲ ଟର୍କ କଣ୍ଟ୍ରୋଲ, ସ୍ମାର୍ଟଫୋନ୍ ଭଏସ କଣ୍ଟ୍ରୋଲ ସିଷ୍ଟମ, ଆସିଷ୍ଟ, ସ୍ଲିପର୍ କ୍ଲଚ୍, ଆଡଭାନ୍ସଡ୍ ଡିଜିଟାଲ ଆନାଲୋଗ ସ୍ପିଡୋମିଟର୍ ଓ ଏଲଇଡି ପ୍ୟାକେଜ୍ ରହିଛି। ଏହାର ସମସ୍ତ ଲ୍ୟାଂମ୍ପ୍ ଏଲଇଡିଯୁକ୍ତ। ବାଇକରେ ଲାଗିଥିବା କ୍ରୋମ୍ ପ୍ଲେଟ୍ ପ୍ରିମିୟମ୍ ଲୁକ୍ ଦେଇଥାଏ। ଏହି ବାଇକ୍ ଉପରେ କମ୍ପାନୀ ୬ ବର୍ଷର ଓ୍ୱାରେଣ୍ଟି ପ୍ରଦାନ କରୁଥିବା ବେଳେ ଯୁବ ପିଢୀକୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ହୋଣ୍ଡାର ପରିଚାଳନା ନିର୍ଦ୍ଦେଶକ ଅତସୁସୀ ଓଗାଟା କହିଛନ୍ତି।

ମତାମତ ଦିଅନ୍ତୁ ।