ହୋଟେଲ ମାଲିକଙ୍କୁ ହତ୍ୟା : ମୁଖ୍ୟ ହତ୍ୟାକାରୀ ଗିରଫ

ରାଉରକେଲା : ଗତ ଫେବ୍ରୁଆରି ୯ ତାରିଖ ରାତିରେ ସଂଗଠିତ ହୋଟେଲ ମାଲିକ ସଜନ ମିତଲ ହତ୍ୟା ମାମଲାରେ ପ୍ଲାଣ୍ଟସାଇଟ ପୋଲିସ ମୁଖ୍ୟ ଆସାମୀ ସୁରଜ ଝାକୁ ଗିରଫ କରିଛି। ଏହି ହତ୍ୟାକଣ୍ଡ ଘଟଣାରେ ପୂର୍ବରୁ ପୋଲିସ ସହରର କେତେକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା।

ଜମିଜମା କାରବାର ଓ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକଣ୍ଡ ହୋଇଥିବାର ତଦନ୍ତରୁ ଜଣାପଡିଥିଲା। ଏହି ଘଟଣାରେ ଫେରାର ଥିବା ଓ ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ସୁରଜର ଘର ବ୍ରହ୍ମଣୀ ତରଙ୍ଗ ଥାନା ଦଣ୍ଡିଆପାଲି ଗ୍ରାମରେ। ଫେବ୍ରୁଆରି ୯ ତାରିଖରେ ହୋଟେଲ ମାଲିକ ରାତି ୧୦ଟା ବେଳେ ଘରକୁ ଫେରୁଥିବା ବେଳେ ଲୁହାରଡ଼ରେ ପିଟି ତାଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର
between image and heading

Comments are closed.