ହୋଟେଲରେ ରହିବାକୁ କରୋନା ନେଗେଟିଭ୍ ରିପୋର୍ଟ ଦେବାକୁ ପଡିବ

ପୁରୀ : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁରୀରେ କରୋନା କଟକଣା କଡାକଡି କରାଯାଇଛି। ସେଥିପାଇଁ ନିୟମ ହୋଇଛି ହୋଟେଲରେ ରହିବାକୁ ହେଲେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେବାକୁ ପଡିବ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ବିନା ରିପୋର୍ଟରେ ହୋଟେଲରେ ରହିବାକୁ ଅନୁମତି ଦିଆଯିବ ନାହିଁ। ଏହାଛଡା ଜିଲ୍ଲାପାଓ ଅନ୍ୟ ଅଧିକାରୀମାନେ ହସ୍ପିଟାଲ ଓ ରେଳ ଷ୍ଟେସନରେ ବୁଲି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button