ହ୍ଵାଟସଆପର ନୂଆ ଫିଚର : ୭ଦିନରେ ଡିଲିଟ ହୋଇଯିବ ଚାଟ

ନୂଆଦିଲ୍ଲୀ : ଉପଭୋକ୍ତାଙ୍କର ଅଧିକ ପସନ୍ଦ ମେସେଜିଂ ଆପ୍ ହ୍ଵାଟସ ଆପ୍ ଏକ ନୂଆ ଫିଚର ଲଞ୍ଚ କରିଛି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ। ଡିସଆପରିୟରିଂ କୁହାଯାଉଥିବା ଏହି ଫିଚର ଫୋନକୁ ଆସିଗଲେ ଉପ‌ଭୋକ୍ତାଙ୍କ ଫୋନରୁ ପୁରୁଣା ମେସେଜ ଓ ଚାଟ ଆପଣାଛାଏଁ ଡିଲିଟ ହୋଇଯିବ ବୋଲି କୁହାଯାଉଛି।

ହ୍ଵାଟସ ଆପ ଫେସବୁକର ଅଧିକାରୀକ ଟୁଇଟର ଆକାଉଣ୍ଟ ଜରିଆରେ ଏହି ନୂଆ ଡିସଆପରିୟରିଂ ମେସେଜ ଫିଚର ଲଞ୍ଚ ହେବାନେଇ ସୂଚନା ସେୟାର କରିଛି। ଡିସଆପରିୟରିଂ ମେସେଜ ଫିଚରର ସ୍ଵତନ୍ତ୍ରତା ହେଉଛି ଆପଣଙ୍କ ହ୍ଵାଟସଆପକୁ ଆସୁଥିବା ମେସେଜ ୭ଦିନ ଭିତରେ ଆପଣାଛାଏଁ ଡିଲିଟ ହୋଇଯିବ। ଏହା ଅବିକଳ ଜିମେଲ, ଟେଲିଗ୍ରାମ ଓ ସ୍ନାପଚାଟରେ ଥିବା ମହଜୁଦ ଫିଚର ଭଳି କାମ କରିବ। ଯଦି ଆପଣ ଏହି ପ୍ଲାଟଫର୍ମର ଉପଯୋଗ କରୁଛନ୍ତି ତବେ ଡିସଆପରିୟରିଂ ଫିଚର କ’ଣ ତାହା ଭଲ ଭାବେ ଜାଣିଥିବେ।

ଆପଣ ହ୍ଵାଟସ ଆପ‌ରେ ଯଦି ଏହି ଫିଚରକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ହ୍ଵାଟସ ଆପ ଆକାଉଣ୍ଟକୁ ଯାଇ ଏହାକୁ ଆକ୍ଟିଭ କରିବାକୁ ପଡ଼ିବ। ଯଦି ଆପଣ ଡିସଆପରିୟରିଂ ଫିଚରକୁ ଅନ କରିବେ ତେବେ ଚାଟ ୭ଦିନ ଭିତରେ ଫୋନରୁ ଡିଲିଟ ହୋଇଯିବ। ଯଦି ଚାଟକୁ ଡିଲଟ ନକରିବାକୁ ଚାହିଁବେ ତେବେ ଫିଚରକୁ ଅଫ କରି ଦେବାର ବିକଳ୍ପ ବାଛି ପାରିବେ। ଏହି ଫିଚର ୱାନ ଟୁ ୱାନ ଚାଟ ପାଇଁ ଉପଲବ୍ଧ ହେବ। ସେହିପରି ଫିଚର ଗ୍ରୁପଚାଟରେ ଗ୍ରୁପର ଆଡମିନ ଆୟତ୍ତରେ ରହିବ।

ମତାମତ ଦିଅନ୍ତୁ ।