ଇ-ପାଠଶାଳା ଓ ଇ-ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ଇ-ପାଠଶାଳା ଓ ଇ-ମୂଲ୍ୟାୟନ। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଅନଲାଇନରେ ପାଠ ପଢ଼ାଇବା ସହ ପରୀକ୍ଷା ଯେପରି କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ରାଜ୍ୟର ୪୦ ପ୍ରତିଶତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଖରେ ଅନଲାଇନ୍ ଶିକ୍ଷା ପହଞ୍ଚିଛି। ଏହାକୁ ଆହୁରି ବୃଦ୍ଧି କରିବାକୁ ଗୁରୁତ୍ୱ ଦିଆଯାଇଛି। ଯାହାଫଳରେ କାରୋନା ସମୟରେ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ କରିବାକୁ ନେଇ ଯେଉଁ ସମସ୍ୟା ଦେଖାଯାଇଥିଲା ତାହାର ଦୀର୍ଘ ସ୍ଥାୟୀ ସମାଧାନ କରାଯିବ।

ଅନ୍ୟପକ୍ଷରେ ମ୍ୟାଟ୍ରିକ୍ ପରୀକ୍ଷାକୁ ଏପ୍ରିଲ୍ ୨୪ ତାରିଖରେ ଆନୁଷ୍ଠାନିକ ଭାବେ ବାତିଲ୍‌ କରାଯାଇଥିଲା। ପରେ ରେଜଲ୍ଟ କେଉଁ ଆଧାରରେ ହେବ ତାହା ଚୂଡ଼ାନ୍ତ ହୋଇସାରିଛି। ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମ୍ୟାଟ୍ରିକ୍ ମୂଲ୍ୟାୟନ ହେବ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ।

ସେହିପରି ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ବିଚାର କରାଯିବ। ନବମ ୪୦% ଓ ଦଶମର ୬୦% ମାର୍କକୁ ଗୁରୁତ୍ୱ ଦିଆଯିବ। ଦଶମରେ କୌଣସି ପରୀକ୍ଷା ଦେଇ ନଥିଲେ ନବମ ମାର୍କକୁ ବିଚାର କରାଯିବ। ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦% ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.