ମୋତେ ବାଧ୍ୟ କରାଯାଇଥିଲା ଯୌନ କାର୍ଯ୍ୟ କରିବାକୁ : ପୀଡ଼ିତା

ମୁମ୍ବାଇ : ୮୭ ଟି ପର୍ଣ୍ଣ ଭିଡିଓ ସୁଟିଂ କରି ୱେବସାଇଟରେ ଅପଲୋଡ୍ କରି ଗିରଫ ହୋଇଥିବା ଅଭିନେତ୍ରୀ ଗହନା ବଶିଷ୍ଠଙ୍କ ନାଁ ପୁଣି ଚର୍ଚ୍ଚାରେ। ଗହନା ବଶିଷ୍ଠଙ୍କୁ ନେଇ ଅନ୍ୟ ଏକ ମାମଲା ସାମ୍ନାକୁ ଆସିଛି। ଗହନା ବଶିଷ୍ଠ ଏବଂ ଅନ୍ୟ ୩ ଜଣ ଲୋକଙ୍କ ଉପରେ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଗହନା ବଶିଷ୍ଠ ଏବଂ ୩ ଲୋକଙ୍କ ଉପରେ ମହିଳାଙ୍କୁ ଭୁଲ ପ୍ରକ୍ରିୟାରେ ବାନ୍ଦି ରଖିଥିବା ଅଭିଯୋଗ ହୋଇଛି। ୨୪ ବର୍ଷୀୟ ମଡେଲ କହିଛନ୍ତି ଯେ, ତାଙ୍କୁ ଏକ ଭିଡିଓ ପାଇଁ ୩ ପୁରୁଷଙ୍କ ସହ ଯୌନ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଅଶ୍ଳୀଳ ଭିଡିଓ ସୁଟିଂ ଏବଂ ଅପଲୋଡ୍ କରିବା ନେଇ ଶନିବାର ମୁମ୍ବାଇ ପୋଲିସର ପ୍ରପର୍ଟି ସେଲ୍ ଦ୍ୱାରା ଗହନା ବଶିଷ୍ଠଙ୍କୁ ଗିରଫ କରାଯାଇଥିଲା। ଅଶ୍ଳୀଳ ଭିଡିଓ ସୁଟିଂ କରି ୱେବସାଇଟରେ ଅପଲୋଡ୍ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଉମେଶ କାମତଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଗହନା ବଶିଷ୍ଠଙ୍କ ଦ୍ୱାରା ୮୭ଟି ପର୍ଣ୍ଣ ଭିଡିଓ ସୁଟିଂ କରି ସେ ନିଜ ୱେବସାଇଟରେ ଅପଲୋଡ୍ କରିଥିବା ଅଭିଯୋଗ ହୋଇଛି। କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ଯେ ଗହନା ବଶିଷ୍ଠଙ୍କର କିଛି ଭିଡିଓ ଅନ୍ୟ ସାଇଟରେ ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ, ଗହନା ବଶିଷ୍ଠ ବ୍ୟତୀତ ଅନ୍ୟ ମଡେଲମାନେ ଏଭଳି ଭିଡିଓ ଅପଲୋଡ୍ କରିଛନ୍ତି ଯାହା ୨୦୦୦ ଟଙ୍କା ସବସ୍କ୍ରିପସନରେ ଦେଖାଯାଇପାରିବ ।