ଏଣିକି ଆତ୍ମାହୁତି ଉଦ୍ୟମ କଲେ ବନ୍ଧାହେବ

ଭୁବନେଶ୍ଵର : ଗତ ଅଧିବେଶନ ସମୟରେ ଏକାଧିକ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉ ହେଉ ଗଲା କାଲିଠୁ ଆଜି ଭିତରେ ସାମ୍ନାକୁ ଆସିଛି ଦୁଇ ଦୁଇଟି  ସମାନ ଘଟଣା । ଏହାକୁ ନେଇ ଏବେ ଆକ୍ସନକୁ ଆସିଛି ପୋଲିସ । ଏଣିକି ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି । ଏଥି ସହ ଆତ୍ମାହୁତି ପାଇଁ ଉସ୍‌କାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।

ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କୌଣସି ଅପରାଧ ଠାରୁ କମ୍‌ ନୁହେଁ । ତେଣୁ ଯିଏ ଏଭଳି ଉଦ୍ୟମ କରିବେ ସେ ଏଣିକି ବନ୍ଧା ହେବେ । ଏମିତିକି ଆତ୍ମାଦାହ ପାଇଁ ଉସ୍‌କାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବ ।  ଏହାକୁ ଏକ ଅପରାଧିକ କାର୍ଯ୍ୟ ବୋଲି ବିବେଚନା କରାଯାଇ ସେହି ହିସାବରେ ପଦକ୍ଷେପ ନେବ ପୋଲିସ । କୌଣସି ଅଭିଯୋଗ ଥିଲେ ଠିକ୍‌ ଜାଗାରେ ଜଣାନ୍ତୁ, ଏଭଳି ପଦକ୍ଷେପ ନେଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି ।

ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ ଯେମିତି ଗୋଟେ ଟ୍ରେଣ୍ଡ ପାଲଟିଗଲାଣି । ଟିଭି କ୍ୟାମେରା ସାମ୍ନାରେ ଆତ୍ମାହୁତି ନାଟକ ବେଶ୍‌ ଜମୁଛି । ଗତ ଅଧିବେଶନ ବେଳେ ଏକାଧିକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉ ହେଉ ଗଲା କାଲିଠୁ ଆଜି ଭିତରେ ସାମ୍ନାକୁ ଆସିଛି ଦୁଇ ଦୁଇଟି  ସମାନ ଘଟଣା । ଦୁଇ ଦିନରେ ଆତ୍ମାହୁତି ଉଦ୍ୟମ କରିଥିବା ୩ଜଣଙ୍କୁ ଗିରଫ କରାଯାଇଛି । ଏଭଳି ଆତ୍ମାହୁତି ନାଟକ ପଛରେ କିଛି ଲୋକ ଥିବା ସଂଦେହ କରାଯାଉଛି । ଆତ୍ମଦାହ କରିବାକୁ ଆସିଥିବା ଲୋକଙ୍କୁ କିଏ ଆଣିଲା, କିଏ ଏହାର ଫଟୋ କିମ୍ବା ଭିଡିଓ ସୁଟ୍‌ କଲା ତା’ର ତଦନ୍ତ କରାଯିବ । କିଛି ଲୋକଙ୍କୁ ଏଭଳି କରିବା ପାଇଁ ଯେଉଁମାନେ ପ୍ରରୋଚିତ କରିଛନ୍ତି ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ।

Leave a Reply

Your email address will not be published. Required fields are marked *

Back to top button