ଇମ୍ରାନଙ୍କ ସଂସଦ ସମ୍ବୋଧନ କାର୍ଯ୍ୟକ୍ରମ ବତିଲ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମକୁ ନେଇ ପାକିସ୍ତାନ ଗଣମାଧ୍ୟମ ଏବେ ମୁଖର। କୋଭିଡ-୧୯ ମହାମାରୀ ପରେ ପାକ୍‌ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବୈଦେଶିକ ଗସ୍ତ। ତେବେ ସ୍ଥିରିକୃତ କାର୍ଯ୍ୟସୂଚୀରେ ପରିବର୍ତ୍ତନକୁ ପାକ୍ ଗଣମାଧ୍ୟମ ଏବେ ଭାରତ-ଶ୍ରୀଲଙ୍କା ସମ୍ପର୍କ ସହ ଯୋଡ଼ି ଦେଖୁଛି। ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଇମ୍ରାନ ଫେବୃଆରୀ ୨୨ରେ ଶ୍ରୀଲଙ୍କା ଗସ୍ତ କରିବେ। ଏହି ଗସ୍ତକାଳରେ ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଶ୍ରୀଲଙ୍କା ସଂସଦକୁ ମଧ୍ୟ ସଂବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ସଂସଦର ଜନୈକ ଅଧିକାରୀ ନେରେନ୍ଦ୍ର ଫର୍ଣ୍ଣେଣ୍ଡୋଙ୍କ ସୂଚନାକୁ ଆଧାର କରି ଇମ୍ରାନ ଗସ୍ତକାଳରେ ଶ୍ରୀଲଙ୍କା ସଂସଦ ଆସୁନଥିବା  କୁହାଯାଇଛି।

କଲମ୍ବୋ ଗେଜେଟ୍‌ ୱେବ୍‌ସାଇଟ୍‌ର ଏହି ସୂଚନାକୁ ଏବେ ପାକିସ୍ତାନ ଗଣମାଧ୍ୟମ ଭିନ୍ନ ନଜରରେ ଦେଖୁଛି। କୋଭିଡ-୧୯ ପରେ ଇମ୍ରାନ ପ୍ରଥମ ବୈଦେଶିକ ନେତା ଯିଏ ଶ୍ରୀଲଙ୍କା ଗସ୍ତ କରୁଛନ୍ତି। ଇମ୍ରାନଙ୍କର ଏହା କୂଟନୈତିକ ଗସ୍ତ ହୋଇଥିବା ବେଳେ ଏଥିରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ। ତେବେ ଶ୍ରୀଲଙ୍କା ସମ୍ବାଦପତ୍ର ‘ଏକ୍ସପ୍ରେସ୍’ ଅନୁସାରେ ସଂସଦ ବାଚଷ୍ପତି ମହିନ୍ଦା ୟାପା ଅବୟଭର୍ଦ୍ଧନା କୋଭିଡ-୧୯ ନେଇ ସଂସଦରେ ଇମ୍ରାନଙ୍କ ସମ୍ବୋଧନ ବାତିଲ ଲାଗି ଆଗ୍ରହ କରିଥିବାର ବୈଦେଶିକ ସଚିବ ଜୟନ୍ତ କଲୋମ୍ବେଜ କହିଛନ୍ତି।

ତେବେ ପାକିସ୍ତାନର ପ୍ରମୁଖ ଗଣମାଧ୍ୟ ‘ଡନ୍’ ଶ୍ରୀଲଙ୍କାରେ ଏପରି ଅନେକ ତତ୍ୱ ଅଛନ୍ତି ଯେଉଁମାନେ ଇମ୍ରାନ ସଂସଦକୁ ସମ୍ବୋଧନ କରନ୍ତୁ ତାହା ଚାହାନ୍ତି ନାହିଁ ବୋଲି ଉଲ୍ଲେଖ କରିଛି। ଭାରତ ସହ ସମ୍ପର୍କ ଖରାପ ନ ହେଉ ସେମାନେ ଚାହାନ୍ତି। ନିକଟରେ ଇଷ୍ଟ କଣ୍ଟୈନର ଟର୍ମିନାଲ ବୁଝାମଣା ବାତିଲ ଯୋଗୁ ଦୁଇ ଦେଶଙ୍କ ସମ୍ପର୍କ ଖଟା ହୋଇଛି। ଏଥିରେ ଇମ୍ରାନଙ୍କ ଶ୍ରୀଲଙ୍କା ସଂସଦକୁ ସମ୍ବୋଧନ ସମ୍ପର୍କକୁ ଅଧିକ ତିକ୍ତ କରିପାରେ ବୋଲି ଶ୍ରୀଲଙ୍କା ରାଜନେତା ଭାବୁଥିବା ଡନ୍‌ ଉଲ୍ଲେଖ କରିଛି।

Leave a Reply

Your email address will not be published. Required fields are marked *

Back to top button