ଇଣ୍ଡେନ ଗ୍ୟାସ ସିଲିଣ୍ଡର ବୁକିଂ ନମ୍ବର ବଦଳିଲା

ନୂଆଦିଲ୍ଲୀ : ଇଣ୍ଡେନ ଗ୍ୟାସ ବୁକିଂ ମୋବାଇଲ ନମ୍ବର ପରିବର୍ତ୍ତନ ହୋଇଛି। ଇଣ୍ଡେନ ଗ୍ରାହକ ପୁରୁଣା ନମ୍ବରକୁ ଫୋନ କରି ଆଉ ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ ନାହିଁ।

ଇଣ୍ଡେନ ଉପଭୋକ୍ତାଙ୍କୁ ଏସଏମଏସ ଜରିଆରେ ମେସେଜ ପଠାଇ ଏ ସମ୍ପର୍କରେ ଅବଗତ କରିବ। ଗ୍ରାହକମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏହି ମେସେଜ ଦିଆଯାଇ ଗ୍ୟାସ ବୁକିଂର ନୂଆ ନମ୍ବର ସେୟାର କରାଯିବ। ଇଣ୍ଡେନ ଗ୍ୟାସ ଉପଭୋକ୍ତାମାନେ ଏଣିକି ୭୭୧୮୯୫୫୫୫୫ରେ କଲ୍‌ କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ।

ଯଦି ଫୋନ ନକରନ୍ତି ତେବେ ୭୫୮୮୮୮୮୮୨୪ରେ ହ୍ଵାଟସଆପ୍ କରି ଗ୍ୟାସ ସିଲିଣ୍ଡର ବୁକିଂ କରିପାରିବେ। ରେଜିଷ୍ଟର ମୋବାଇଲ ନମ୍ବରରେ ଆପଣଙ୍କୁ REFILL ଟାଇପ କରି ୭୫୮୮୮୮୮୮୮୨୪ରେ ପଠାଇବାକୁ ହେବ। ଏହାଛଡା ଡିଷ୍ଟିବ୍ୟୁଟରଙ୍କ ପାଖକୁ ଯାଇ ସିଲିଣ୍ଡର ବୁକ୍ କରିପାରିବେ। ଚାହିଁଲେ ଗ୍ୟାସ କମ୍ପାନିର ୱେବସାଇଟରେ ଅନଲାଇନରେ ଗ୍ୟାସ ସିଲିଣ୍ଡର ବୁକ୍ କରାଯାଇପାରିବ।

ମତାମତ ଦିଅନ୍ତୁ ।