ଇଣ୍ଡିଆନ ଟେରେନ୍ ଏକ ଫେୟାରଟ୍ରେଡ କ୍ୟାପ୍‌ସୁଲ ସହିତ ହାଇ ଷ୍ଟ୍ରିଟ ଫେସନ୍‌ରେ ନିରନ୍ତରତାର ଅଗ୍ରଣୀ ସାଜିଛି

ଭୁବନେଶ୍ୱର : ବିଗତ ବର୍ଷଗୁଡ଼ିକରେ ନିରନ୍ତର ଓ ଦାୟିତ୍ୱ ସଂପନ୍ନ ଗ୍ରାହକମାନେ ବ୍ରାଣ୍ଡଗୁଡ଼ିକୁ ସେମାନଙ୍କ ଯୋଗାଣ ଶୃଙ୍ଖଳାରେ ସ୍ୱଚ୍ଛତା ଓ ନିରନ୍ତରତା ପ୍ରଦର୍ଶନ କରିବା ଲାଗି ଉତ୍ସାହିତ କରୁଛନ୍ତି। ଗ୍ରାହକମାନଙ୍କୁ ଶ୍ରେଷ୍ଠ ଗୁଣାତ୍ମକ ମାନର ଉତ୍ପାଦ ଯୋଗାଇବା ନେଇ ୨୦ ବର୍ଷର ପ୍ରତିବଦ୍ଧତାକୁ ଦୋହରାଇ ଓ ଏକ ସୁଦୃଢ଼ ଜାତୀୟ ବ୍ରାଣ୍ଡ ସୃଷ୍ଟି କରିବା ଲାଗି ଦେଶର ଆହ୍ୱାନ ଅନୁସାରେ ଭାରତର ଅଗ୍ରଣୀ ପୁରୁଷ ପରିଧାନ ଓ ଶିଶୁ ପରିଧାନ ବ୍ରାଣ୍ଡ ଇଣ୍ଡିଆନ ଟିରେନ୍ ପକ୍ଷରୁ ପରିବେଶର ସୁରକ୍ଷା ଓ ଗୁଜରାଟର ଫେୟାରଟ୍ରେଡ ଚାଷୀଙ୍କୁ ସଶକ୍ତ କରିବା ଲାଗି ଏକ ସ୍ୱତନ୍ତ୍ର ନିରନ୍ତର ଫେସନ ପୋଷାକ ବର୍ଗ (ସଷ୍ଟେନେବଲ ଫେସନ୍ ଲାଇନ୍‌) ସୃଷ୍ଟି କରିବା ପାଇଁ ଫେୟାରଟ୍ରେଡ ଇଣ୍ଡିଆ ସହ ହାତ ମିଳାଯାଇଛି।

ସହଯୋଗିତା ସଂପର୍କରେ ଇଣ୍ଡିଆନ ଟେରେନ୍ ଫେସନସ୍ ଲିମିଟେଡ ପରିଚାଳନା ନିର୍ଦେଶକ ଚରଥ ନରସିମହନ୍‌ କହିଛନ୍ତି ଯେଉଁ ଫେସନ୍‌ର ଦୁନିଆକୁ ଆମେ ଜାଣିଥିଲୁ ତାହା ଉଦୀୟମାନ ହୋଇଛି। ବର୍ତମାନ ତାହା ଅଧିକ ପରିବେଶ ସଚେତନ ହୋଇପଡ଼ିଛି। ଅଧିକ ନିରନ୍ତର ଜୀବନଯାପନ ଶୈଳୀକୁ ଗ୍ରହଣ କରିବା ବିଷୟରେ ଗ୍ରାହକମାନଙ୍କ ମଧ୍ୟରେ ଆଲୋଚନା ବଢ଼ିଛି । ଫେୟାରଟ୍ରେଡ ସହିତ ଆମର ସହଯୋଗିତା ଜରିଆରେ ବିଶ୍ୱାସ, ନିରନ୍ତରତା ଓ ଗୁଣାତ୍ମକ ମାନକୁ ନେଇ ବୃଦ୍ଧି ପାଉଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ନିରନ୍ତରତା ଦିଗରେ ଏହା ହେଉଛି ଅନ୍ୟତମ ପଦକ୍ଷେପ। ତେଣୁ ଭାରତର ପ୍ରଥମ ହାଇ ଷ୍ଟ୍ରିଟ ବ୍ରାଣ୍ଡରେ ପରିଣତ ହୋଇଛୁ ଯାହା ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରୁ ଚାଷୀଙ୍କ ଠାରୁ ଫେୟାରଟ୍ରେଡ କଟନ୍ ସଂଗ୍ରହ କରି ସ୍ୱତନ୍ତ୍ର ଉତ୍ପାଦ ବର୍ଗ ତିଆରି କରୁଛି ।

ସେ କହିଛନ୍ତି ଆଗକୁ ଫେୟାରଟ୍ରେଡ କଟନ୍‌, ରିସାଇକଲଡ କଟନ୍‌, ରିସାଇକଲଡ ପଲିଷ୍ଟର ଏବଂ ଅର୍ଗାନିକ ଓ ପ୍ରାକୃତିକ ଫାଇବର ଯଥା ବାଉଁଶ, ହେମ୍ପ ଯାହାକୁ ଆସନ୍ତା ତିନି ବର୍ଷ ଭିତରେ ସଚେତନ ଭାବେ ଏବଂ ନିରନ୍ତରତାର ସହ ସଂଗ୍ରହ କରାଯାଇଥିବ ତାହାକୁ ବ୍ୟବହାର କରି ସମଗ୍ର ପୋର୍ଟଫୋଲିଓର ୫୦ ପ୍ରତିଶତରୁ ଅଧିକ ଉତ୍ପାଦ ଉତ୍ପାଦନ କରିବାକୁ ଆମେ ଚାହ୍ର୍ର୍ରୁଁଛୁ। ଆମେ ସାର୍ଟିଫାଏଡ ଯୋଗାଣକାରୀଙ୍କ ସହ କାର୍ଯ୍ୟ କରିବୁ ଏବଂ ବ୍ୟବହାର ହେଉଥିବା କଂଚାମାଲ କେଉଁଠାରେ ମିଳୁଛି ତାହା ଗୁରୁତ୍ୱାରୋପ କରି ଆମର ଲକ୍ଷ୍ୟ ସହିତ ଯୋଗାଣ ଶୃଙ୍ଖଳ ସହଯୋଗୀମାନଙ୍କୁ ଜଡ଼ିତ କରିବା ନିଶ୍ଚିତ କରିବୁ।

ଫେୟାରଟ୍ରେଡ ଇଣ୍ଡିଆ ସିଇଓ ଅଭିଶେଷ ଜାନି କହିଛନ୍ତି ବିଶ୍ୱ ଫେସନ୍ ଶିଳ୍ପ କୋଭିଡ-୧୯ର ପ୍ରଭାବ ଦେଇ ଗତି କରୁଥିବା ବେଳେ ନିରନ୍ତରତାର ପ୍ରସାର ପାଇଁ ଇଣ୍ଡିଆନ ଟେରେନ୍ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । ସେମାନଙ୍କ ଫେୟାରଟ୍ରେଡ ସମ୍ଭାର ଉନ୍ମୋଚନ ସହିତ ଇଣ୍ଡିଆନ ଟେରେନ୍ ଯୋଗାଣ ଶୃଙ୍ଖଳର ସମ୍ବେଦନଶୀଳ ଗୋଷ୍ଠୀ ପ୍ରତି ଗଭୀର ପ୍ରତିବଦ୍ଧତା ପ୍ରଦର୍ଶନ କରିନାହିଁ ବରଂ ଭାରତୀୟ କପା ଚାଷିଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଏକ ବଜାର ପ୍ରଦାନ କରିବା ସହ ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି। ଇଣ୍ଡିଆନ ଟେରେନ୍ ଭଳି ଏକ ବଡ଼ ବ୍ରାଣ୍ଡ ପକ୍ଷରୁ ଶ୍ରେଷ୍ଠ ନିରନ୍ତରତାର ପ୍ରତିବଦ୍ଧତା ଚାଷୀ ଗୋଷ୍ଠୀରେ ଭବିଷ୍ୟତ ବିକାଶ ପ୍ରକଳ୍ପ ଲାଗି ପଥ ପ୍ରଦର୍ଶକ ହେବ। ଏକ ଆଶାର କୀରଣ ଜାଗ୍ରତ କରିବ ସହିତ ପରିବେଶ ଓ ସାମାଜିକ ଦାୟିତ୍ୱବାନ ଫେସନ୍ ପ୍ରତି ଗଭୀର ପ୍ରତିବଦ୍ଧତା ପ୍ରଦର୍ଶନ କରି ଏହି ମହାମାରୀରୁ ବାହରିବା ଲାଗି ଫେସନ୍ ଶିଳ୍ପ ନିଷ୍ପତ୍ତି ନେଇପାରିବ।

ମତାମତ ଦିଅନ୍ତୁ ।