ଇନ୍ଦ୍ରାବତୀ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପରେ ମୋଦି ସରକାରଙ୍କ ଅର୍ଥ ୯୦ ପ୍ରତିଶତ

କ୍ଟର ଜମି ଜଳସେଚିତ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। କାରଣ ଏହି ପ୍ରକଳ୍ପ ୨୦୧୧ରେ ଆରମ୍ଭ ହୋଇ ୨୦୧୩ରେ ସରିବା ପାଇଁ ଡିପିଆର ପ୍ରସ୍ତୁତ ହୋଇଥିଲା। ହେଲେ ସେତେବେଳର କେନ୍ଦ୍ର ସରକାର ଅର୍ଥ ନଦେବାରୁ ପ୍ରକଳ୍ପ କାମ ଆରମ୍ଭ ହୋଇପାରିଲା ନାହିଁ। ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ୨୦୧୫ରେ ପ୍ରକଳ୍ପର କାମ ଆରମ୍ଭ ହେଲା। ତେଣୁ କେନ୍ଦ୍ର ସରକାରଙ୍କ ଯୋଜନାରେ ହେଉଥିବା ପ୍ରକଳ୍ପ ଲୋକାର୍ପଣର ସରକାରୀ ଉତ୍ସବକୁ ଦଳୀୟ ଢଙ୍ଗରେ କରାଯିବା ଅତ୍ୟନ୍ତ ନିନ୍ଦନୀୟ। କେନ୍ଦ୍ରୀୟ ଯୋଜନାର ଶ୍ରେୟ ନେବା ପାଇଁ ହୀନ ରାଜନୀତି କରାଯାଉଛି ବୋଲି ସେ କହିଛନ୍ତି।

ସେ କହିଲେ ଇନ୍ଦ୍ରାବତୀ ରାଇଟ ଲକେନାଲ ୨୦୦୧ ମସିହାରୁ ଚାଲିଥିବା ବେଳେ ଏବେ ଏହାର ପୁନରୁଦ୍ଧାର ଓ ମରାମତି ଆବଶ୍ୟକ ହେଲାଣି। ଚାଷୀମାନଙ୍କର ଅଭିଯୋଗ ତଳମୁଣ୍ଡରେ ପାଣି ପହଂଚୁନି। ୨୦୧୪ରେ ଟେଣ୍ଡର କରାଯାଇଥିଲେ ମଧ୍ୟ ମରାମତି ହେଉନି। ମୁଖ୍ୟମନ୍ତ୍ରୀ ଏହା ଉପରେ ଟିକିଏ ଧ୍ୟାନ ଦିଅନ୍ତୁ। ସେହିପରି ୨୦୧୫ରେ ରେତ ନଦୀରେ ଲଇତରା ପାଖରେ ଏକ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ତାହାର ସମାନ ଅବସ୍ଥା। ଚାଷୀ ବିଲରେ ପାଣି ପହଂଚୁନି। କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟ ପାଇଁ ଘୋଷଣା ହୋଇଥିଲା। ଏଥିପାଇଁ ୮୦୦ ଏକର ଜମି ଚିହ୍ନଟ ହୋଇଛି। କିନ୍ତୁ ଆଜିଯାଏ ହୋଇପାରୁନି।

  ଭଦ୍ରକ : ୨୭ ଗ୍ରାମ ବ୍ରାଉନ ସୁଗର ଜବତ, ୨ ଗିରଫ

ସେହିପରି କେସିଙ୍ଗାରେ ଥିବା ସ୍ପିନିଙ୍ଗ ମିଲ କାହିଁକି ବନ୍ଦ ପଡିଛି। ତାକୁ ଚାଲୁ କରାଗଲେ କପା ଚାଷୀଙ୍କର ଅଭାବି ବିକ୍ରିର ସମସ୍ୟା ଦୂର ହେବ ସହିତ ୧୦୦୦ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଆନ୍ତେ। ରାଜ୍ୟ ସରକାର ମେଡ ଇନ ଓଡିଶା କାର୍ଯ୍ୟକ୍ରମ କରି ନୁଆ ନୁଆ ନିବେଶକମାନଙ୍କୁ ଆଣୁଛନ୍ତି ହେଲେ ଯେଉଁ କାରଖାନା ବନ୍ଦ ଅଛି ତାହାକୁ ଚାଲୁ କରୁନାହାଁନ୍ତି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏ ସବୁ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାବାସୀଙ୍କ ଆଗରେ ରଖନ୍ତୁ। ନହେଲେ ପ୍ରମାଣିତ ହେବ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ବିକାଶ ନୁହଁ ନିଜର ରାଜନୈତିକ ଲାଭ ପାଇଁ କଳାହାଣ୍ଡି ଯାଇଥିଲେ ବୋଲି ଶ୍ରୀ ନାଏକ କହଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଭବାନୀ ଭୋଇ, ଗଣେଶ ରାମ ଖୁଂଟିଆ, ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ଓ ଠାକୁର ରଞ୍ଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।