ଇଞ୍ଜନିୟରିଂ ପାଇଁ ଗଣିତ, ଫିଜିକ୍ସ ଓ କେମେଷ୍ଟ୍ରୀ ଜରୁରୀ ନୁହେଁ

0

ନୂଆଦିଲ୍ଲୀ : ଏଣିକି ଇଞ୍ଜିନିୟରିଂ ପଢ଼ିବାକୁ ଯୁକ୍ତ-୨ରେ ଗଣିତ, ପଦାର୍ଥ ବିଜ୍ଞାନ (ଫିଜିକ୍ସ) ଓ ରସାୟନ ବିଜ୍ଞାନ ବା କେମେଷ୍ଟ୍ରୀ ଜରୁରୀ ନୁହେଁ। ଏଆଇସିଟିଇ ଏବେ ନିଷ୍ପତ୍ତି ବଦଳାଇଛି।

ଏଆଇସିଟିଇ ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ କହିଛନ୍ତି ନୂଆ ଗାଇଡ ଲାଇନ ଭବିଷ୍ୟତ ଓ ନୂଆ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି କରାଯାଇଥିଲା। କିନ୍ତୁ ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଫିଜିକ୍ସ, କେମେଷ୍ଟ୍ରୀ ଓ ଗଣିତ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଶିକ୍ଷାର୍ଥୀଙ୍କ ପାଖରେ ବାୟୋଟେକ୍ନୋଲଜି, ଟେକ୍ସଟାଇଲ ଓ ଏଗ୍ରିକଲଚରାଲ ଇଞ୍ଜିନିୟରିଂ ପଢ଼ିବାର ବିକଳ୍ପ ରହିବ। ପୂର୍ବ ଗାଇଡଲାଇନ ବାଧ୍ୟତାମୂଳକ ନଥିଲା ବୋଲି ସେ କହିଛନ୍ତି।

ସେହିପରି ଇଞ୍ଜିନିୟରିଂର ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିବାକୁ ଏଆଇସିଟିଇ ପୂର୍ବ ଗାଇଡଲାଇନରେ କହିଥିଲା ଶିକ୍ଷାର୍ଥୀମାନେ ଦ୍ୱାଦଶ ଶ୍ରେଣୀରେ ଅତି କମରେ ୪୫ ପ୍ରତିଶତ ମାର୍କ ରଖିବେ। ୧୪ଟି ବିଷୟରୁ ତିନୋଟି ବିଷୟରେ ପାସ୍ କରିବାକୁ ବାଧ୍ୟତାମୂଳକ। ସେଥିପାଇଁ ପଦାର୍ଥ ବିଜ୍ଞାନ, ଗଣିତ, ରସାୟନ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, ଜୈବ ବିଜ୍ଞାନ, ବାୟୋଟେକ୍ନୋଲୋଜି, ପ୍ରଫେସନାଲ୍ ଷ୍ଟଡିଜ୍ ବିଷୟକୁ ତାଲିକା ଭୁକ୍ତ କରାଯାଇଥିଲା। ଏହାଛଡା ସଂରକ୍ଷଣ ବର୍ଗର ଶିକ୍ଷାର୍ଥୀମାନଙ୍କ ପାଇଁ ୪୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି।

Leave A Reply

Your email address will not be published.