ଇଂଜିନିୟରିଂ-ପଲିଟେକ୍‌ନିକ୍‌ ପିଲାଙ୍କ ହଷ୍ଟେଲ ଫି’ ଛାଡ଼

ଭୁବନେଶ୍ଵର : ରାଜ୍ୟ ସରକାର ଇଂଜିନିୟରିଂ-ପଲିଟେକ୍‌ନିକ୍‌ ପିଲାଙ୍କ ହଷ୍ଟେଲ ଫି’ ଛାଡ଼ କରିଛନ୍ତି। କରୋନା ପାଇଁ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି।

ଖବର ଅନୁଯାୟୀ କରୋନା ପାଇଁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଲକ୍‌ଡାଉନ୍‌ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ଵବିଦ୍ୟାଳୟ, ଇଂଜିନିୟରିଂ କଲେଜ୍‌ ଓ ପଲିଟେକ୍‌ନିକ୍‌ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଛାତ୍ରଛାତ୍ରୀମାନେ ଏହି ସମୟରେ ହଷ୍ଟେଲ ସୁବିଧାର ଉପଯୋଗ କରି ନଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହୃଦୟତାର ସହିତ ବିଚାର କରି ଏହି ଅନୁଷ୍ଠାନମାନଙ୍କରେ ଅଧ୍ୟୟନରତ ୧୭୦୧୨ ଛାତ୍ରଛାତ୍ରୀମାନଙ୍କର ‌ହଷ୍ଟେଲ ଫି’ ଆନୁମାନିକ ୫‌ କୋଟି ୧୦ ଲକ୍ଷ ଟଙ୍କା ଛାଡ଼ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button