ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ : ସମୁଦ୍ର ମଧ୍ୟରେ ବିଛା ଯାଇଥିବା ୬ଟି ଅନ୍ତରାଷ୍ଟ୍ରୀୟ କେବୁଲ୍‌ ଭିତରୁ ଗୋଟିଏ କେବୁଲ୍‌ରେ କିଛି ଖରାପ ରହିଥିବା ଜଣାପଡ଼ିଛି । ଯାହାଫଳରେ ପାକିସ୍ତାନରେ ଗୁରୁବାର ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଛି । ପାକିସ୍ତାନ ଦୂରସଂଚାର ବିଭାଗ ବା ପିଟିଏ ଏନେଇ କହିଛି ଯେ, ଇଜିପ୍ଟର ଅବୁତଲବ ନିକଟରେ ଅନ୍ତଃ ରାଷ୍ଟ୍ରୀୟ ସବ୍‌ମାରିନ୍‌ କେବୁଲ୍‌ ପ୍ରଣାଳୀରେ ବୁଧବାର କିଛି ଖରାପ ରହିଥିବା ଜଣାପଡ଼ିଛି । ଯାହାଫଳରେ ଇଣ୍ଟରନେଟ୍‌ର ଗତି ଧିମା ହୋଇଯାଇଛି ଏବଂ ବାରମ୍ୱାର କନେକ୍ସନ୍‌ କଟି କଟି ଯାଉଛି ।

ପିଟିଏର ସୂଚନା ଅନୁସାରେ, ଏସ୍‌ଆଇ-ଏମ୍‌ଆଇ-ଡବ୍ଲୁଇ ୫ରେ ଖରାପ ରହିଛି । ଯାହାର ସଞ୍ଚାଳନ  ୱାର୍ଲ୍ଡ ଆସୋସିଏଟ୍‌ସ କରୁଛି । ଏକ ନିର୍ଦ୍ଧିଷ୍ଟ ଖବର କାଗଜରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଟିଡବ୍ଲୁଏ ୟୁରୋପରେ ମଧ୍ୟ ଯୋଗାଯୋଗ ସମ୍ପର୍କ ସେବାରେ ବାଧା ଉପୁଜିଛି ଏ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ଜଣାଯାଇଛି । ଇଜିପ୍ଟଠାରେ ମରାମତି କାମ କରାଯାଉଛି ।

ଟିଡବ୍ଲୁଏ ପ୍ରଣାଳୀ ପାକିସ୍ତାନରେ ଇଣ୍ଟର୍‌ନେଟ୍‌ ସେବା ପ୍ରଦାନ କରୁବା ସହିତ ୪୦ ପ୍ରତିଶତ ଆବଶ୍ୟକତାକୁ ପୂରଣ କରୁଛି । ଏନେଇ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ, ସାରା ଦେଶରେ ଇଣ୍ଟରନେଟ୍‌ ସେବା ଧିମା ଗତିରେ ରହିବ । ତଥ୍ୟ ଅନୁସାରେ ଫ୍ରାନ୍ସରୁ ଆସିଥିବା ଏହି କେବୁଲ୍‌ରେ କିଛି ଖରାପ ରହିଛି । ସିଙ୍ଗାପୁରରୁ ଇଣ୍ଟରନେଟ୍‌ ସେବା ପ୍ରଦାନ ପାଇଁ କନେକ୍ସନ୍‌ ଦିଆଯାଉଥିବା ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ କେତେ ସମୟ ଲାଗିବ ତାହା କହିହେବ ନାହିଁ ବୋଲି କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ।  

Leave a Reply

Your email address will not be published. Required fields are marked *

Back to top button