ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମୁମ୍ବାଇ : ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆଜି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ନାଁରେ ଆସିଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇକୁ ଯାଞ୍ଚ ନିର୍ଦ୍ଦେଶ ଦେବାପରେ ସେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଦେଖା କରିଥିଲେ। ସେଠାରୁ ଫେରି ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପଠାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଅଭିଯୋଗ ଆଣିଥିଲେ ଅନୀଲ ତାଙ୍କୁ ଓ ଗିରଫ ହୋଇଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଭାଜେଙ୍କୁ ପ୍ରତିମାସ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ ଚାପ ପକାଉଥିଲେ। ଏନେଇ ପରମବୀର ସିଂ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆଜି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନୀଲଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ସରକାରଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। କାରଣ କଂଗ୍ରେସ, ଏନସିପି ଓ ଶିବସେନାର ମିଳିତ ଗଠବନ୍ଧନରେ ମହାରାଷ୍ଟ୍ରର ସରକାର ଗଠନ ହୋଇଥିଲା। ଅନୀଲଙ୍କ ନାମରେ ଅଭିଯୋଗ ଆସିବା ପରେ କଂଗ୍ରେସ ମଧ୍ୟ ଅନୀଲଙ୍କୁ ବିରୋଧ କରିଥିଲା।

Leave a Reply

Your email address will not be published. Required fields are marked *

Back to top button