ସର୍ବସାଧାରଣ ସ୍ଥାନରେ ପ୍ରତିବାଦ କରି ହେବନି : ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ : କେତେକ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସହ ସମ୍ପୃକ୍ତ ଥିବାରୁ ପ୍ରତିବାଦ କରିବା ଏବଂ ମତ ପରିପ୍ରକାଶ କରିବା ଯେକୌଣସି ସମୟରେ ଏବଂ ସବୁ ସ୍ଥାନରେ ଜାହିର କରି ହେବନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି । ୨୦୧୯ରେ ଦିଲ୍ଲୀର ଶାହୀନ୍ ବାଗ୍ରେ ନାଗରିକ ବିରୋଧୀ ଆଇନ ପ୍ରତିବାଦ ସଂକ୍ରାନ୍ତ ଏକ ରିଭ୍ୟୁ ପିଟିସନ୍କୁ ଖାରଜ କରି ସୁପ୍ରିମ୍ କୋର୍ଟ ଏକ ଆଦେଶନାମା ଜାରି କରିଛନ୍ତି।
ସୂଚନାଯୋଗ୍ୟ, ଫେବୃଆରି ୯ ତାରିଖରେ ଏହି ରିଭ୍ୟୁ ପିଟିସନ୍ ଶୁଣାଣି ହୋଇଥିଲେ ସୁଦ୍ଧା ଗତକାଲି ବିଳମ୍ବିତ ରାତ୍ରୀରେ ଏହି ଆଦେଶନାମା ଆସିଥିବା ଜଣାପଡିଛି । ବିଚାରପତି ଏସ୍କେ କଉଲ୍, ଅନିରୁଦ୍ଧ ବୋଷ ଏବଂ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ପିଟିସନ୍କୁ ଖାରଜ କରି କହିଲେ, ପ୍ରତିବାଦ ଅଧିକାର ଯେକୌଣସି ସମୟରେ ତଥା ସବୁଆଡ଼େ ଜାହିର କରି ହେବନାହିଁ। କେତେକ ପ୍ରତିବାଦ ଆପଣାଛାଏଁ ସୃଷ୍ଟି ହୋଇ ପାରେ। କିନ୍ତୁ, ଅନ୍ୟମାନଙ୍କ ଅଧିକାରକୁ ପ୍ରଭାବିତ କରୁଥିବା ସର୍ବସାଧାରଣ ସ୍ଥାନମାନଙ୍କରେ ଦୀର୍ଘକାଳୀନ ପ୍ରତିବାଦ ଚାଲି ପାରିବ ନାହିଁ। ଏହି ତିନିଜଣିଆ ଖଣ୍ଡପୀଠ ଗୁରୁତ୍ୱାରୋପ କରି କହିଲେ ଯେ, ପ୍ରତିବାଦ ପ୍ରଦର୍ଶନ ନିମନ୍ତେ ସର୍ବସାଧାରଣ ସ୍ଥାନକୁ ଦଖଲ କରି ହେବନାହିଁ। କେବଳ ନିର୍ଦ୍ଧାରିିତ ଅଞ୍ଚଳରେ ହିଁ ସର୍ବସାଧାଣ ପ୍ରତିବାଦ କରିପାରିବେ।