ଯବାନଙ୍କୁ ଅପହରଣ କରି ହତ୍ୟାକଲେ ନକ୍ସଲ

0

ମାଲକାନଗିରି : ଛତିଶଗଡ଼ର ବିଜାପୁର ଜିଲ୍ଲାର ପେଣ୍ଡୁମ ଗାଁରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଶନିବାର ଛୁଟି ନେଇ ଶ୍ୱଶୁର ଘରକୁ ଯାଉଥିବା ଜଣେ ଯବାନଙ୍କୁ ବାଟରୁ ଅପହରଣ କରି ନକ୍ସଲମାନେ ହତ୍ୟା କରିଛନ୍ତି। କେଶକୁତୁଲ ଗାଁ ନିକଟରୁ ମିଳିଛି ମୃତ ଦେହ।

ସେହିପରି ଛତିଶଗଡ଼ର ସୁକମା ଜିଲ୍ଲାର ମୁରଲୀଗୁଡ଼ା ନିକଟରେ ରାସ୍ତା ନିର୍ମାଣକୁ ବିରୋଧ କରି ଠିକାଦାରଙ୍କ ଜେସିବି ଓ ଟ୍ରାକ୍ଟର ଜାଲି ଦେଇଛନ୍ତି। ଘଟଣା ସ୍ଥଳରେ କାମ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ସେମାନେ ମାଡ଼ ମାରିଥିବା ଜଣାପଡିଛି।

Leave A Reply

Your email address will not be published.