ଯାଦୁ ଗିନ୍ନି କା-ୱି ସିଏସ୍‌ଆର୍‌ର ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ : ସାଂସଦ ଅପରାଜିତାଙ୍କ ଦ୍ଵାରା ସିଏସ୍‌ସି ଭ୍ୟାନ୍ ଲୋକାର୍ପିତ

0

ଭୁବନେଶ୍ୱର : ଭୋଡାଫୋନ୍ ଆଇଡିଆ ଫାଉଣ୍ଡେସନ୍‌ର ଯାଦୁ ଗିନ୍ନି କା କାର୍ଯ୍ୟକ୍ରମ ଅଧୀନରେ ଆର୍ଥିକ ସାକ୍ଷରତାର ପ୍ରସାର କରିବାକୁ ପ୍ରୟାସ। ଭୁବନେଶ୍ୱରରେ ପିଏମ୍‌ଜିଦିଶା ଗଲି ଗଲି ଗାଓଁ ଗାଓଁ ଭ୍ୟାନ୍‌କୁ ପତାକା ଦେଖାଇ ଲୋକାର୍ପିତ କରିଛନ୍ତି ଭୁବନେଶ୍ୱରର ସାଂସଦ ଶ୍ରୀମତୀ ଅପରାଜିତା ଷଢ଼ଙ୍ଗୀ।

ଏହି ଅବସରରେ ଆୟୋଜିତ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ପି ବାଲାଜୀ, ଚିଫ୍ ରେଗୁଲେଟୋରି ଆଣ୍ଡ୍ କର୍ପୋରେଟ୍ ଆଫେୟାର୍ସ ଅଫିସର, ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ଓ ନିର୍ଦ୍ଦେଶକ, ଭୋଡାଫୋନ୍ ଆଇଡିଆ ଫାଉଣ୍ଡେସନ୍‌ ଡକ୍ଟର ନୀଳୟ ରଂଜନ, ମୁଖ୍ୟ-ସିଏସ୍‌ଆର୍‌, ଭୋଡାଫୋନ୍ ଆଇଡିଆ ଲିମିଟେଡ୍‌; ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ସିଂହ, ରାଜ୍ୟ ମୁଖ୍ୟ-ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ଓଡ଼ିଶା, ମିସ୍ ନୁରିୟା ଅନ୍‌ସାରି, ମ୍ୟାନେଜିଂ ପାର୍ଟନର୍‌, ଲର୍ଣ୍ଡିଂ ଲିଙ୍କ୍‌ସ୍ ଫାଉଣ୍ଡେସନ୍ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଏସ୍‌ସି ଗ୍ରାମ ସ୍ତରୀୟ ଉଦ୍ୟୋଗୀ, ଯାଦୁ ଗିନ୍ନି କା ହିତାଧିକାରୀ ଓ ପ୍ରକଳ୍ପ ଟିମ୍‌ର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ଭାରତ ସରକାରଙ୍କ ବୃହତ୍ “ଆର୍ଥିକ ଅନ୍ତର୍ଭୁକ୍ତୀକରଣ’ ଲକ୍ଷ୍ୟର ଅଂଶସ୍ୱରୂପ ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର୍ ୱି ଏହାର ସିଏସ୍‌ଆର୍ ଶାଖା ଭୋଡାଫୋନ୍ ଆଇଡିଆ ଫାଉଣ୍ଡେସନ୍ ପକ୍ଷରୁ ଲର୍ଣ୍ଣିର୍ଂ ଲିଙ୍କ୍‌ସ୍ ଫାଉଣ୍ଡେସନ୍‌ର ସହଯୋଗ ଓ ସିଏସ୍‌ସିର ସହାୟତା ଜରିଆରେ ଯାଦୁ ଗିନ୍ନି କା କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରମୁଖ କାର୍ଯ୍ୟକ୍ରମ ଯାଦୁ ଗିନ୍ନି କା ଦେଶର ୧୬ଟି ରାଜ୍ୟର ୨୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଛି। ଏହି କାର୍ଯ୍ୟକ୍ରମ ୧୦ ନିୟୁତ ଭାରତୀୟଙ୍କ ନିକଟରେ ପହଂଚି ସେମାନଙ୍କୁ ମୌଳିକ ଆର୍ଥିକ ସାକ୍ଷରତା ଦକ୍ଷତା ପ୍ରଦାନ କରିଛି।

ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଏହି ଅଭିଯାନ ଗ୍ରହଣକରିଥିବା ଭୋଡାଫୋନ୍ ଆଇଡିଆ ଫାଉଣ୍ଡେସନ୍ ଓ ଏହାର ଟିମ୍‌କୁ ମୁଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ଏହା ଜାଣି ମୁଁ ଅତ୍ୟନ୍ତ ଉଲ୍ଲସିତ ଯେ ଏହି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମର ବୃହତ୍ ଅଂଶ ହେଉଛନ୍ତି ମହିଳା। ମୁଁ ଆଶା କରୁଛି କାର୍ଯ୍ୟକ୍ରମ ଓଡ଼ିଶାର ଅନ୍ୟ ପ୍ରାନ୍ତକୁ ମଧ୍ୟ ସମ୍ପ୍ରସାରିତ ହେବ।

Leave A Reply

Your email address will not be published.