ଜଗନ୍ନାଥପୁର ପଞ୍ଚାୟତରେ ବିଜେଡ଼ିର ବୈଠକ

ତିର୍ତ୍ତୋଲ : ଜଗନ୍ନାଥପୁର ଗ୍ରାମପଞ୍ଚାୟତର କୋକିପଦା ଓ ନୂଆସାହି ଓ ସାଇଁସ ଗ୍ରାମର ମହିଳାମାନଙ୍କ ଏକ ବୈଠକ ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ସରପଞ୍ଚ ସିଲାରଣୀ ଖଣ୍ଡୁଆଳ ନିର୍ବାଚନ ମଣ୍ଡଳୀ ସହପର୍ଯ୍ୟବେକ୍ଷକ ଦିଲୀପ ପଣ୍ଡା, ବିଜୁ ଯୁବଜନତା ଦଳ ସମ୍ପାଦକ ସ୍ମୃତି ରଞ୍ଜନ ସାମଲ, ଛାତ୍ର ବିଜେଡ଼ି ଉପସଭାପତି କମଲ୍ ଜ୍ୟୋତି ଦାସ, ଛାତ୍ର ବିଜେଡ଼ି ନେତା ଦେବେଶ ଦାସ ଛାତ୍ର ବିଜେଡ଼ି ନେତା ରାଜେନ୍ଦ୍ର କୁମାର ସାହୁ ( ପିଙ୍କନ୍ )ଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ। ଏହି ବୈଠକରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଶଙ୍ଖ ଚିଂହାରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତିବାକୁ ଅନୁରୋଧ କରିଥିଲେ ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀ।

ମତାମତ ଦିଅନ୍ତୁ ।