ଜାଗରରେ ଲିଙ୍ଗରାଜଙ୍କ ମନ୍ଦିର ବେଢ଼ାରେ ଦୀପ ଜାଳିହେବ

ଭୁବନେଶ୍ଵର : ଭୁବନେଶ୍ୱରର ଶୈବପୀଠ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବେଢ଼ା ଭିତରେ ଭକ୍ତମାନେ ଜଗର ଦୀପ ଜାଳିପାରିବେ। କିନ୍ତୁ କୋଭିଡ୍ ଗାଇଲାଇନ୍ ମାନିବାକୁ ପଡିବ। ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି। ସେହିପରି ଏବର୍ଷ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମନ୍ଦିରରେ ଆଡ଼ମ୍ବରପୂର୍ଣ୍ଣ ଜାଗର ଯାତ୍ରା ବନ୍ଦ କରାଯାଇଛି। ଏସଆରସିଙ୍କ ପକ୍ଷରୁ ଜାରି ଏସ୍ଓପି ଅନୁସାରେ ଜାଗର ଦିନ ମନ୍ଦିର ଭିତରେ ଓ ବାହାରେ ଗହଳି ହେବ ନାହିଁ କିମ୍ବା ମେଳା ବିସବ ନାହିଁ। କୋଭିଡ କଟକଣାରେ ମହାଶିବରାତ୍ରୀ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାର୍ଗଦର୍ଶିକାରେ ଏକାମ୍ର କ୍ଷେତ୍ର ନାହିଁ। ଏହାକୁ ବାଦ ଦିଆଯାଇଛି। ବିଏମସି ପକ୍ଷରୁ ପୂର୍ବରୁ ଏକାମ୍ର କ୍ଷେତ୍ର ନିୟମ ଘୋଷଣା କରାଯାଇଥିବା କହିଥିଲେ ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ। ଏପରିକି କୋଭିଡ କଟକଣାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିିବେ। ମନ୍ଦିର ଭିତରେ ଓ ବାହାର ରାସ୍ତାରେ ଦୀପ ଜାଳିବାକୁ ଭିଡ଼ ନକରିବାକୁ କଟକଣା କରାଯିବ। ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ବ୍ୟବହାର କରିବେ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button