ଜାଗରରେ ମେଳା ଓ ଗହଳି ମନା

ଭୁବନେଶ୍ଵର : ରାଜ୍ୟରେ ଚଳିତମାସ ୧୧ ତାରିଖରେ ମହାଶିବରାତ୍ରୀ ପାଳିତ ହେବ। ଏଥିପାଇଁ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ବେଳେ ସବୁ ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ଚିଠି ଲେଖାଯାଇ ଦିଆଯାଇଛି ସୂଚନା। ଶିବ ମନ୍ଦିର ଭିତରେ ଓ ବାହାରେ ଗହଳି ଉପରେ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଵତନ୍ତ୍ର ରିଲିଫ୍ କମିସନର ନିର୍ଦ୍ଦେଶ ଦେଇଛନ୍ତି।

ସାଧାରଣତଃ ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବପୀଠରେ ଗହଳି ହୋଇଥାଏ। କିନ୍ତୁ ଏଥର ମେଳା ବସିବା ଉପରେ କଟକଣା ଜାରି କରାଯାଇଛି। ଏନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ଚିଠିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button