ଜଗତପୁର : କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ : ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି। କଟକ ଜିଲ୍ଲାପାଳ, ସିଏମସି କମିସନର୍, ଡିସିପି, ଚିଫ୍ ଫାୟାର ଅଫିସର୍ ପ୍ରମୁଖ ସେଠାରେ ପହଞ୍ଚି ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟତ୍ର ପଠାଯାଉଛି। ଚିଫ୍ ଫାୟାର ଅଫିସରଙ୍କ ସୂଚନା ହେଲା ନିଆଁକୁ ଆୟତ୍ତ କରାଯାଇ ହସ୍‌ପିଟାଲ୍‌ରେ ଥିବା ସମସ୍ତ ୧୨୭ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ମତାମତ ଦିଅନ୍ତୁ ।