ଜଗତପୁର : କୋଟିଏ ଟଙ୍କାର ନକଲି ଘିଅ ଜବତ

କଟକ : ଜଗତପୁର ଶିଳ୍ପାଞ୍ଚଳରୁ ଅପମିଶ୍ରିତ ଘିଅ ଓ ତେଲର କାରଖାନା ଠାବ ହୋଇଛି। ଜବତ ହୋଇଛି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁବାସ ବ୍ରାଣ୍ଡର ଘିଅ ସମେତ ପାମୋଲିନ ତେଲ, ଟମାଟୋ ସସ୍ ଓ କେତେ ପ୍ରକାରର ମସଲା। ଏହି ନକଲି ସାମଗ୍ରୀ ପ୍ରସ୍ତୁତି ପାଇଁ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି।

ସୁବାସ କମ୍ପାନୀର ବିଭିନ୍ନ ଆର୍ଥିକ ଅନିୟମିତତାର ଯେଉଁ ଅଭିଯୋଗ ଆସିଛି ତା ଉପରେ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି। ସୁବାସ କମ୍ପାନୀକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଲାଇସେନ୍ସ ମିଳିଛି। କିନ୍ତୁ ପ୍ରସ୍ତୁତ କରୁଛି ନକଲି ବା ଅପମିଶ୍ରିତ ତେଲ ଓ ଘିଅରେ ସମେତ ଅନ୍ୟ ସାମଗ୍ରୀ। କମ୍ପାନୀ ୯୦ ଦଶକରୁ ବ୍ୟବସାୟ ଆରମ୍ଭ କରିଛି। ପ୍ରଥମେ ମସଲା, ପରେ ସିମାଇ ଓ ସସ୍ ପ୍ରସ୍ତୁତ କରି ବଜାରକୁ ଛାଡୁଥିଲା। ଗତ ୧୦ ବର୍ଷ ହେଲା ଖାଇବା ତେଲ ଓ ଘିଅ ପ୍ରସ୍ତୁତି କରିଆସୁଛି।

  ପଶ୍ଚିମବଙ୍ଗ ଜଳପାଇଗୁଡ଼ିରେ ଦୁର୍ଘଟଣା : ୧୩ ମୃତ

ପୂର୍ବରୁ କଟକର ଗତିରାଉତ ପାଟଣାରୁ ନକଲି ମସଲା କାରଖାନା ଉପରେ ଚଢ଼ାଉ ହୋଇଥିବା ବେଳେ ସେହିଦିନ ନୂଆ ବଜାର ଅଞ୍ଚଳରୁ ନକଲି ଘିଅ କମ୍ପାନି ଠାବ କରାଯାଇଥିଲା। ସେହିପରି କିଛିଦନ ତଳେ ପୂଜା ସାମଗ୍ରୀ, ଖାଇବା ତେଲ ଓ ନକଲି ମୋବିଲ୍ କାରଖାନା ମଧ୍ୟ ଜବତ ହୋଇଥିଲା। ଏସବୁ ନକଲି କାରଖାନା କିପରି କଟକ ସହରରେ ଚାଲୁଛି ଓ ପୋଲିସ ପାଖରେ ଖବର ରହୁନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମତାମତ ଦିଅନ୍ତୁ ।