ଜଗତସିଂହପୁର : କୋଭିଡ ନିୟମ ଭାଙ୍ଗୁଛନ୍ତି କୋଚିଂ ସେଣ୍ଟର

ଜଗତସିଂହପୁର : କରୋନା କଟକଣା କୋହଳ ପରେ ବଢୁଛି ଗହଳି। ଲୋକେ ମାନୁନାହାନ୍ତି ସାମାଜିକ ଦୂରତ୍ୱ। ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ ପ୍ରଶାସନର କଡା ନିର୍ଦ୍ଦେଶ ରହିଥିବା ସତ୍ତ୍ଵେ ଜଗତସିଂହପୁର ସହରରେ ଅନେକ ଏହାକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି।

ଜଗତସିଂହପୁର ସହରରେ ଅନେକ ବେସରକାରୀ କୋଚିଂ ସେଣ୍ଟର ଅର୍ଥ ଲୋଭରେ କୋଭିଡ ନିୟମକୁ ଫୁ କରି ଉଡେଇ ଦେଉଛନ୍ତି। ବର୍ତ୍ତମାନ ମାଟ୍ରିକ ପାସ କରିଥିବା ପିଲାମାନେ କଲେଜରେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଥିବା କୋଚିଂ ସେଣ୍ଟରରେ ଆଡ଼ମିଶନ ପାଇଁ ଆରମ୍ଭ ହୋଇଛି ପ୍ରତିଦ୍ଵନ୍ଦିତା। ଫଳରେ ସହରର ସବୁ କୋଚିଂ ସେଣ୍ଟର ଲୁଚାଛପାରେରେ ଖୋଲା ରହୁଛି। ବିଶେଷ କରି ଏସ.ଭି.ଏମ କଲେଜ ଓ କଲେଛ ଛକ ପାଖ କୋଚିଂ ସେଣ୍ଟରଗୁଡିକ ଏହି କଟକଣା ମାନୁ ନ ଥିବା ଦେଖାଯାଉଛି। କୋଚିଂ ସେଣ୍ଟରରେ ସାମାଜିକ ଦୂରତ୍ୱକୁ ନିୟମ ମଧ୍ୟ ପାଳନ ହେଉନାହିଁ।

ସରକାର କୋଭିଡ ସଂକ୍ରମଣ ରୋକିବା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିଛନ୍ତି। କିନ୍ତୁ ଜଗତସିଂହପୁର ସହରରେ ବେସରକାରୀ କୋଚିଂ ସେଣ୍ଟର ଗୁଡିକ ସରକାରଙ୍କ ନିୟମର ଅନୁପାଳନ କରୁ ନାହାନ୍ତି। ନିୟମ ଭାଙ୍ଗି ଅନୁଷ୍ଠାନ ଖୋଲୁଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି। ଏଥିପ୍ରତି ଜିଲାପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦି କୋଭିଡ ନିୟମକୁ ଏପରି ଅଣଦେଖା କରାଯାଏ ତେବେ ପରିସ୍ଥିତି ବିଗିଡିବ ବୋଲି ବୃଦ୍ଧିଜୀବୀମାନେ ମତ ଦେଉଥିବା ବେଳେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।