ଜଗତସିଂହପୁର, କଟକ ଓ ପୁରୀରୁ ବ୍ରାଉନ ସୁଗର ଜବତ

0

ଜଗତସିଂହପୁର/କଟକ/ପୁରୀ : ରାଜ୍ୟର ୩ଟି ସ୍ଥାନରୁ ଆଜି ୩୬୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏହି ଘଟଣାରେ ୧୬ ଜଣଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ମଙ୍ଗଳବାର ଆଜି ସକାଳେ ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ଆଲଣ୍ଡା ଛକ ନିକଟରୁ ୧୨ଗ୍ରାମ ବ୍ରାଉନ ସୁଗର ଅବକାରୀ ବିଭାଗ ଜବତ ହୋଇଛି। ଏଥିସହ ଦିନନାଥ ସେଠୀ। ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କିଛିଦିନ ତଳେ ଜଗତସିଂହପୁର ପୋଲିସ ଗଉଡ଼ୁଣିପଡ଼ିଆ ନିକଟରୁ ୧୭.୫୦ ଗ୍ରାମର ବ୍ରାଉନ ସୁଗର ଜବତ କରିବା ସହ କଂସା ଗ୍ରାମର ଟିକି ମହମ୍ମଦକୁ ଗିରଫ କରିଥିଲା। ଏହାଛଡା କମିଶନରେଟ ପୋଲିସ କଟକରୁ ୨୭୦ ଗ୍ରାମ୍ ବ୍ରାଉନ ସୁଗର ଜବତ କରିଥିବା ବେଳେ ଦୁଇଜଣ ବୋପାରୀଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୬ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ସୁଧୀର କୁମାର ମହାନ୍ତି ଓ ବିକ୍ରମ ସାମଲଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ସେହିପରି ଆଜି ପୁରୀରେ ୩୫୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ହେବ ୩୫ ଲକ୍ଷ ଟଙ୍କା। ବ୍ରାଉନ ସୁଗର ମାମଲାରେ ମୋଟ୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି କାରବାର କରୁଥିବା ୧୪ ଜଣ ଓ ୨ଜଣ ମୁଖ୍ୟ ଯୋଗାଣକାରୀ। ଅଭିଯୁକ୍ତଙ୍କଠାରୁ ଗୋଟିଏ କାର୍ ଓ ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି।

Leave A Reply

Your email address will not be published.