Breaking Newsରାଜ୍ୟ

ଜଗତସିଂହପୁର ପୋୖରାଞ୍ଚଳ ୭ ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଜଗତସିଂହପୁର : ଜଗତସିଂହପୁର ପୋୖରାଞ୍ଚଳ ୭ ନମ୍ବର ୱାର୍ଡର ମୁଖ୍ୟ ରାସ୍ତାଦେଇ ଆଖପାଖର ଜନସାଧାରଣ ଗମନାଗମନ କରନ୍ତି। ରଘୁନାଥପୁର ବ୍ଲକର ଲୋକେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ମାତ୍ର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।

ପୋୖରାଞ୍ଚଳ ପକ୍ଷରୁ ୭ ନମ୍ୱର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସ୍ଥାନୀୟ ଜନସାଧାରଣ ଡ୍ରେନେଜ ପାଣି ଏହି ରାସ୍ତା ଉପରକୁ ଛାଦୂଛନ୍ତି। ଫଳରେ ସମଗ୍ର ଅଂଚଳରେ ଦୂଷିତ ପରିବେଶ ସୃଷ୍ଟି ହେଉଛି। ଏହାକୁ ନେଇ ଦେଖାଦେଇଛି ଜନ ଅସନ୍ତୋଷ। ଏହି ସମସ୍ୟାର ସମାଧାନ ପାଇଁ ପୋୖରାଞ୍ଚଳ କତ୍ତୃପକ୍ଷଙ୍କୁ ନିବେଦନ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ତେଣୁ ଡେନ୍ରେଜ ସହିତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜନସାଧାରଣରେ ଦାବି ହୋଇଛି।

ମତାମତ ଦିଅନ୍ତୁ ।

Back to top button