ଯାଜପୁର: ଶିକ୍ଷୟିତ୍ରୀଙ୍କୁ ହାଣି ହତ୍ୟାକଲା ଦୁର୍ବୃତ୍ତ

ଯାଜପୁର : ଦିନଦିପରରେ ଜଣେ ଶିକ୍ଷୟିତ୍ରୀ ଯୋଗମାୟା ଜେନାଙ୍କୁ ହାଣି ହତ୍ୟା। ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ରାଛିପୁର ଛକ ରାସ୍ତାରେ ଜଣେ ଦୁର୍ବୃତ୍ତ ଏହି ଘଟଣା ଥିବାବେଳେ ଯାଜପୁର ଜିଲ୍ଲାରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିକ୍ଷୟିତ୍ରୀ ଯୋଗମାୟା ତାଙ୍କ ସହକର୍ମୀ ଶିକ୍ଷକ ମୋହିନୀମୋହନ ମୁଦୁଲିଙ୍କ ସହ ଯାଉଥିବା ବେଳେ ଦୁର୍ବୃତ୍ତ ଉଭୟଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଯୋଗମାୟା ଜେନାଙ୍କର ମୃତ୍ୟୁ ଘଟିଛି। ମୋହିନୀମୋହନଙ୍କୁ ଗରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମତାମତ ଦିଅନ୍ତୁ ।