ଯାଜପୁର ଜିଲ୍ଲାରେ ଲାଗୁହେଲା ସପ୍ତାହାନ୍ତ ସଟଡାଉନ

ଯାଜପୁର : ସମଗ୍ର ଯାଜପୁର ଜିଲ୍ଲାରେ ଲାଗୁହେବ ସପ୍ତାହାନ୍ତ ସଟଡାଉନ। ଆଜି ଏହି ଘୋଷଣା କରାଯାଇଛି। ପୂର୍ବରୁ କେବଳ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ କଟକଣା ଲାଗୁ ହେଉଥିଲା। ହେଲେ ଜିଲ୍ଲାର ୩୧୧ଟି ପଞ୍ଚାଯତର ସରପଞ୍ଚମାନେ ନିଜ ପଞ୍ଚାଯତରରେ ଏହି କଟକଣା ଲାଗୁ କରିବା ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଫଳରେ ସମଗ୍ର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button