ଜାଲ୍ ନୋଟ୍ କାରବାର : ରେଳବାଇ କର୍ମଚାରୀ ଗିରଫ

0

ଝାରସୁଗୁଡା : ଜାଲ୍ ନୋଟ୍ କାରବାର ମାମଲାରେ ଜଣେ ରେଳବାଇ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଜବତ ହୋଇଛି ୫୭ ହଜାର ଟଙ୍କା ନକଲି ନୋଟ୍।

ଖବର ଅନୁଯାୟୀ ବ୍ରଜରାଜନଗର ରେଳବାଇ ଷ୍ଟେସନର କିରାଣୀ ରମଣ କୁମାର ରଜାକ ବିଳାସପୁରରେ ଥିବା ସଂପର୍କୀୟ ମାଧ୍ୟମରେ ୫୭ ହଜାର ଟଙ୍କାର ୫ ଶହ ଟଙ୍କିଆ ନୋଟକୁ ଅଳ୍ପ କିଛି ଅର୍ଥ ଦେଇ କିଣିଥିଲେ। ବ୍ରଜରାଜନଗର ପୋଲିସ ଏ ସମର୍କରେ ସୂଚନା ପାଇ ରମଣକୁ ଧରି ତା’ ନିକଟରୁ ଜାଲ୍ ନୋଟ୍ ଜବତ କରିଥିଲା। ପଚରାଉଚରା ପରେ ଜଣାପଡିଛି ନାଗପୁରରେ ଏହି ରାକେଟ୍ କାମ କରୁଛି। ସେ ସଂପର୍କୀୟଙ୍କ ଜରିଆରେ ଏହି କାମ ଆରମ୍ଭ କରିଥିଲା ବୋଲି କହିଛି। ମଙ୍ଗଳବାର ଝାରସୁଗୁଡା ଏସପି ଗଣମାଧ୍ୟମକୁ କହିଛନ୍ତି ଜାଲ୍ ନୋଟ୍ ରାକେଟ୍ ନିକଟରେ ପୋଲିସ ପହଞ୍ଚି ଅଧିକ ତଥ୍ୟ ଖୁଲାସା କରିବ।

Leave A Reply

Your email address will not be published.