ଜେଲ୍‌ରେ ରହି ନିର୍ବାଚନ ଜିତିଲେ

ଗୌହାଟୀ : ଆସାମ ବିଧାନସଭା ନିର୍ବାଚନରେ ଜେଲରେ ଥାଇ ପ୍ରାର୍ଥୀ ହୋଇଛନ୍ତି ଆରଟିଆଇ କର୍ମୀ ଅଖିଲ ଗୋଗୋଇ। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ସୁରଭୀ ରାଜକୋନୱାରିଙ୍କୁ ପରାଜିତ କରିଛନ୍ତି।

ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରିବାରୁ ଆସାମରେ ହିଂସକାଣ୍ଡ ଘଟିଥିଲା। ଏଥିରେ ଅଖିଲଙ୍କ ଭୂମିକା ରହିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନାଁ’ରେ ଦେଶଦ୍ରୋହ ଓ ୟୁଏପିଏ ଲଗା ଯାଇଛି। ସେ ୨୦୧୯ ଡିସେମ୍ବର ମାସରୁ ଜେଲରେ ରହିଛନ୍ତି। ୟୁଏପିଏ ଲାଗିଥିବାରୁ ତାଙ୍କୁ ସୁପ୍ରିମକୋର୍ଟରେ ଜାମିନ ମିଳିନାହିଁ।

ଏଥର ଆସାମ ବିଧାନସଭା ନିର୍ବାଚନରେ ଶିବସାଗର ଅଞ୍ଚଳରୁ ଅଖିଲ ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିଜେପିର ସୁରଭୀ ରାଜକୋନୱାରି ପ୍ରଚାର କରିଥିବା ବେଳେ ଅଖିଲଙ୍କ ପାଇଁ ଏହି ଦାୟିତ୍ଵ ତୁଲାଇଥିଲେ ତାଙ୍କ ମା’ ପ୍ରିୟୋଡା ଗୋଗୋଇ। ଶେଷରେ ଅଖିଲ ୯,୦୬୪ ଖଣ୍ଡ ଭୋଟରେ ସୁରଭୀଙ୍କୁ ପରାସ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button