ଜାଲରେ ୧୦ ଫୁଟର ଅଜଗର

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ଡ଼ାଲିଙ୍ଗିଆ ଗ୍ରାମରୁ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଦିବାକର ସ୍ୱାଇଁଙ୍କ ବାଡ଼ିରେ ଏହି ଅଜଗର ସାପ ଜାଲରେ ଛନ୍ଦି ହୋଇଯାଇଥିଲା। ପରିବାର ଲୋକେ ଦେଖିବା ପରେ ସାପଟିକୁ ଉଦ୍ଧାର କରି ଟ୍ୟୁରିଷ୍ଟ ଗାଇଡ୍‌ ମନୋରଞ୍ଜନ ଦାସଙ୍କୁ ଖବର ଦେଇଥିଲେ। ମନୋରଞ୍ଜନଙ୍କ ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ସାପଟିକୁ କୂଳଡିହା ଅଭୟାରଣ୍ୟରେ ଛାଡି ଦିଆଯାଇଥିଲା।

ମତାମତ ଦିଅନ୍ତୁ ।