‌ଚର୍ଚ୍ଚାରେ ‘ଜମାଇ ରାଜା’

ମୁମ୍ବାଇ : ଟେଲି ଇଣ୍ଡଷ୍ଟ୍ରିର ପପୁଲାର ଶୋ’ ‘ଜମାଇ ରାଜା ୨.୦’କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ବଲିଉଡ୍‌ ବି ଏହି ଧାରାବାହିକ ମୋହରେ ପଡ଼ିଯାଇଛି । ବି-ଟାଉନ୍‌ର ଲୋକପ୍ରିୟ କଳାକାରମାନେ ଶୋ’କୁ ‘ରୋମାଞ୍ଚକର’ ବୋଲି ସମ୍ବୋଧନ କରିଛନ୍ତି । ଏହାର ମୁଖ୍ୟ କଳାକାର ରବି ଦୁବେ ଓ ନିୟା ଶର୍ମାଙ୍କ କେମିଷ୍ଟ୍ରିକୁ ବଲିଉଡ୍‌ ଖୁବ୍‌ ପ୍ରଶଂସା କରୁଛି ।

ଏହି ହଟ୍‌ ଯୋଡ଼ିକୁ ନେଇ ଲୋକେ ଖୁବ୍‌ ଉତ୍ସାହିତ ବୋଲି ସୋସିଆଲ ମିଡିଆ ସାଇଟ୍‌ରୁ ସ୍ପଷ୍ଟ ହୋଇଛି । ଏଇ ସପ୍ତାହ ଆରମ୍ଭରେ ଜି୫ ‘ଜମାଇ ରାଜା ୨.୦’ର ବହୁପ୍ରତୀକ୍ଷିତ ଟ୍ରେଲର୍‌ ଜାରି କରିଥିଲା, ଯାହା ଇଣ୍ଟର୍‌ନେଟ୍‌ରେ ଚହଳ ପକାଇଛି । ସେବେଠାରୁ ରବି ଓ ନିୟାଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ଥମୁନାହିଁ ।

ଧାରାବାହିକର କାହାଣୀ ବେଶ ଦମ୍‌ଦାର ଓ ଆକର୍ଷଣୀୟ, ଯାହା ସିଜନ୍‌-୧ର ରୋମାନ୍ସଠାରୁ ଢେର୍‌ଗୁଣ ଅଧିକ । ବଲିଉଡ୍‌ ସେଲିବ୍ରିଟି ଆୟୁଷ୍ମାନ ଖୁରାନା ‘ଜମାଇ ରାଜା’ ସିଜନ୍‌-୨କୁ ପ୍ରଶଂସା କରିବା ସହିତ ଲିଡ୍‌ ଅଭିନେତା ରବିଙ୍କୁ ଖୁବ୍‌ ତାରିଫ କରିଛନ୍ତି । ନିୟା ଶର୍ମାଙ୍କୁ ମଧ୍ୟ ଭଉଣୀ ବୋଲି ସମ୍ବୋଧନ କରିଛନ୍ତି ।

ଉଭୟଙ୍କ ଯୋଡ଼ି ସର୍ବଦା ରୋମାଞ୍ଚକର ବୋଲି ସେ କହିଛନ୍ତି । ଏହି ସିରିଜ୍‌ ପାଇଁ ସେ ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି । ଆହୁରି ଅନେକ କଳାକାର ‘ଜମାଇ ରାଜା ୨.୦’ ଓ ଏହାର ଆକର୍ଷଣୀୟ ଯୋଡ଼ିଙ୍କୁ ପ୍ରଶଂସା କରିଛନ୍ତି । ଶୋ’ରେ ରବିଙ୍କୁ ସିଦ୍ଧାର୍ଥ ଓ ନିୟାଙ୍କୁ ରୋଶ୍‌ନି ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଚଳିତ ମାସ ୨୬ ତାରିଖରୁ ଧାରାବାହିକଟି ଜି୫ରେ ପ୍ରସାରିତ ହେବ ।

Leave a Reply

Your email address will not be published. Required fields are marked *

Back to top button