ଜମି ବିବାଦ : ଦିଅର ଟାଙ୍ଗିଆ ଚୋଟରେ ଭାଉଜ ଜୀବନ ଗଲା

0

ଦେବଗଡ : ରିଆମାଳ ବ୍ଲକର ତୁଙ୍ଗାମାଳ ଗ୍ରାମରେ ହତ୍ୟାକାଣ୍ଡ। ଜମିଜମା ଭାଗ ବଣ୍ଟାକ୍କୁ ନେଇ ଏହି ଘଟଣା ଘଟିଥିବା ବେଳେ ଦିଅର ଟାଙ୍ଗିଆ ଚୋଟରେ ଭାଉଜ ଜୀବନ ଯାଇଛି। ଗୁରୁତର ପୁତୁରାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ପୈତୃକ ଜମିଜମା ଭଗବଣ୍ଟାକୁ ନେଇ ତୁଙ୍ଗାମାଳ ଗ୍ରାମର ଜଗବନ୍ଧୁ ସାହୁ ଓ ହାଡିବନ୍ଧୁ ସାହୁଙ୍କ ମଧ୍ୟରେ ବିବାଦ ରହିଥିଲା। ଗୁରୁବାର ରାତ୍ରିରେ ଏହି ଘଟଣାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହେବାରୁ ହାଡିବନ୍ଧୁ ଏକ ଟାଙ୍ଗିଆରେ ଭାଉଜ ଗୋଲାପ ସାହୁଙ୍କୁ ଆକ୍ରମଣ କରିଥିଲା। ମା’ଙ୍କୁ ରକ୍ଷା କରିବାକୁ ପୁଅ ସନ୍ତୋଷ ଆସିବାରୁ ହାଡିବନ୍ଧୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ପଡୋଶୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନା ନେବା ବାଟରେ ଗୋଲାପଙ୍କର ମୃତ୍ୟୁ ଘଟିଛି। ସନ୍ତୋଷ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସନ୍ତୋଷଙ୍କ ପତ୍ନୀ ବୀନତି ସାହୁ ଆଜି କୁଣ୍ଡେଇଗୋଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ହାଡିବନ୍ଧୁଙ୍କୁ ଗିରଫ କରିଥିବା ଜଣାପଡିଛି।

Leave A Reply

Your email address will not be published.