ଜମି ବିବାଦକୁ ନେଇ ଦୁଇଜଣଙ୍କୁ ହାଣିଲେ

ବାଲେଶ୍ଵର : ଜମି ବିବାଦକୁ କେନ୍ଦ୍ରକରି ସୋର ନିଶ୍ଚିନ୍ତପୁର ଗ୍ରାମର ଈଶ୍ଵର ବେହେରା ଓ ତାଙ୍କ ପୁଅ କାର୍ତ୍ତିକ ବେହେରାଙ୍କୁ ପ୍ରତିପକ୍ଷ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ନିଶ୍ଚିନ୍ତପୁର ଗ୍ରାମର ଈଶ୍ଵର ବେହେରାଙ୍କ ସହ ତାଙ୍କ ପଡ଼ୋଶୀଙ୍କର ଜମିଜମାକୁ ନେଇ ବିବାଦ ଲାଗିରହିଥିଲା। ଆଜି ସକାଳେ ଈଶ୍ଵର ଓ ତାଙ୍କ ପୁଅ ହିଡ଼ କାମ କରୁଥିବା ବେଳେ ପଡ଼ୋଶୀ ଲୋକ ପହଞ୍ଚି ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ପ୍ରତିପକ୍ଷ ଈଶ୍ଵର ଓ ତାଙ୍କ ପୁଅକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ବୋଲି ଅଭିଯୋଗ ହୋଇଛି।

ମତାମତ ଦିଅନ୍ତୁ ।