ଜମିବାଡ଼ି ବିବାଦ : ବଡ଼ ଭାଇ ଘରେ ନିଆଁ ଲଗାଇଲା ସାନ ଭାଇ

କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବଡ଼ ଭାଇକୁ ମାରିବାକୁ ଉଦ୍ୟମ କରିଛି ସାନ ଭାଇ। ବଡ଼ ଭାଇ ଶୋଇଥିବା ବେଳେ ସେ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଝାଡ଼ମାଳ ଗାଁରେ ଘଟିଛି। ଗୁରୁତର ଅବସ୍ଥାରେ ବଡ଼ଭାଇ ବିଚିତ୍ର ପ୍ରଧାନକୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ରବିବାର ଅପରାହ୍ନ ଗୋଟାଏ ବେଳେ ବଡ଼ଭାଇ ବିଚିତ୍ର ପ୍ରଧାନ ଘରେ ଶୋଇଥିଲେ। ଏହି ସମୟରେ ସାନ ଭାଇ ପବିତ୍ର ପ୍ରଧାନ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା କ୍ଷଣି ଅର୍ଦ୍ଧଦଗ୍ଧ ବିଚିତ୍ର ଘରୁ ବାହାରି ଆସି ତଳେ ପଡି ଯାଇଥିଲେ। କିନ୍ତୁ ତାଙ୍କ ଚାଳ ଛପର ଘର ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ଏହି ଘଟଣାରେ ରାଜକନିକା ଥାନା ପୋଲିସ ପବିତ୍ରକୁ ଅଟକ ରଖି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

Back to top button