ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଜମିବାଡ଼ି ବିବାଦକୁ ନେଇ ବାଳକକୁ ହତ୍ୟା। ହତ୍ୟାକାରୀକୁ ପୋଲିସ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ପଣ୍ଡରେନ ଗାଁର ଜିତେନ ପୋଡ଼ ସେହି ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ କରିଥିଲା। ପରେ ଧନପତର ୮ ବର୍ଷର ଭାଇ ପରମେଶ୍ଵରକୁ ନିର୍ମମ ଭାବେ ହତ୍ୟା କରିଛି। କିଛିଦିନ ପୂର୍ବରୁ ଜିତେନ ଧନପତକୁ ଜମି ମାଗୁଥିଲା। କିନ୍ତୁ ମାଗଣାରେ ଜମି ଦେବନି ବୋଲି ଧନପତ କହିଥିଲା। ଗୁରୁବାର ସକାଳେ ଧନପତ ଏକ ବାଇକରେ ଗାଁ ଚାଷ ଜମିକୁ ବୁଲି ଯାଇଥିବା ସମୟରେ ଜିତେନ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଧନପତ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ସେହି ଚାଷ ଜମିରେ ଥିବା ତାଙ୍କ ଭାଇ ପରମେଶ୍ଵରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ପରମେଶ୍ଵର ମୃତ୍ୟୁ ହୋଇଥିଲା।

ଏହି ହତ୍ୟାକାଣ୍ଡ ଘଟାଇବା ପରେ ଜିତେନ ବାଇକରେ ପରିବାରକୁ ଗାଁରୁ ଅନ୍ୟତ୍ର ନେଇ ଯାଉଥିବା ସମୟରେ ତୁରେକେଲା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର
between image and heading

Comments are closed.