ଜମିବାଡ଼ିକୁ ନେଇ ଆକ୍ରମଣ, ୬ ଗୁରୁତର

କେନ୍ଦ୍ରାପଡା : ପାଟକୁରା ଥାନା ଶାଶିନୀପଡା ଗାଁରେ ଜମିବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ୬ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ୨୬ ଡ଼ିସିମିଲ ଜମି ପାଇଁ ବିବାଦ। ଏହାକୁ ନେଇ ପାଟକୁରା ଥାନା ଶାଶିନୀପଡା ଗାଁରେ ଗୁରୁବାର ସକାଳେ ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା। ଗୋଟିଏ ପରିବାରର ଲୋକମାନେ ଅନ୍ୟ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।