ଜମିଜମା ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ

0

ବାଲିଗୁଡା : ଜମିଜମା ବିବାଦକୁ କେନ୍ଦ୍ରକରି ତୁମୁଡିବନ୍ଧ ଥାନା ସିର୍ଲା ଅଞ୍ଚଳରେ ଆଜି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ଭକ୍ତ ପାଟ ମାଝିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଗ୍ରାମର ଭକ୍ତ ପାଟ ମାଝି ଓ ବାମୁରା ସୁକା ମାଝିଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ରହିଥିଲ। ବୁଧବାର ଭକ୍ତ ଘରେ ଥିବାବେଳେ ବାମୁରା ଆସି ଯୁକ୍ତିତର୍କ ଆରମ୍ଭ କରିଥିଲା। ଏହା ଶେଷରେ ଉଗ୍ରରୂପ ଧାରଣ କରିବାରୁ ବାମୁରା ସାଙ୍ଗରେ ଆଣିଥିବା ଏକ କଟୁରୀରେ ଭକ୍ତଙ୍କ ବେକକୁ ହାଣିଦେବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଭକ୍ତର ଚିତ୍କାର ଶୁଣି ଘର ଲୋକେ ପହଞ୍ଚି ପୋଲିସକୁ ଜଣାଇଥିଲେ। ତେବେ ହତ୍ୟାକାରୀ ବାମୁରା ଫେରାର ହୋଇଯାଇଛି। ତୁମୁଡିବନ୍ଧ ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.